ବାଲେଶ୍ଵର: ବାତ୍ୟା ୟସ ପ୍ରଭାବରେ ଅନେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ବାଲେଶ୍ବରର ଅନେକ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଛି । ବାତ୍ୟା ବେଳେ ଲୋକମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀର ଅଭାବ ଥିବା ବେଳେ ସେମାନଙ୍କ ସମସ୍ୟା ବୁଝି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ମାନସ ଦତ୍ତ ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।
ବାତ୍ୟାରେ ସଦର ନିର୍ବାଚନ ମଣ୍ଡଳୀର ସାର୍ଥା, ବଣଛକ, କଷାଫଳ ଆଦି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ସେଠାରେ ମାନସ ଓ ସାଥୀ କର୍ମୀମାନେ ପହଞ୍ଚି ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ।
![ବାତ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି](https://etvbharatimages.akamaized.net/etvbharat/prod-images/od-bls-01-relief-distribution-script-7205869-avo-rtu_27052021160340_2705f_1622111620_57.jpg)
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ