ETV Bharat / state

ଚାଲିଛି ସଜଡା: ଭଙ୍ଗା ଘରରେ କାଦୁଅ ଛିଟା, ଗାଁ ଦାଣ୍ଡରେ ଚାଉଳ ଶୁଖା - ବାତ୍ୟା

ବାତ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲା । ଯେଉଁଥିରେ ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଯିବା ଫଳରେ ପିନ୍ଧାଲୁଗା ଠାରୁ ଆରମ୍ଭ କରି ଆସବାବପତ୍ର ଓ ବର୍ଷକ ପାଇଁ ଗଚ୍ଛିତ ଧାନ ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...

ଚାଲିଛି ସଜଡା: ଭଙ୍ଗା ଘରରେ କାଦୁଅ ଛିଟା, ଗାଁ ଦାଣ୍ଡରେ ଚାଉଳ ଶୁଖା
ଚାଲିଗଲା ବାତ୍ୟା, ପୁରୁଣା ସ୍ମୃତି ସାଉଁଟୁଛି ମଣିଷ
author img

By

Published : May 29, 2021, 8:30 PM IST

Updated : May 29, 2021, 11:14 PM IST

ବାଲେଶ୍ବର: ପ୍ରକୃତିର ତାଣ୍ଡବ ଆଗରେ ଅସହାୟ ହୋଇଯାଇଛି ମଣିଷ । ପୁଣିଥରେ ଭଙ୍ଗା ଘର ଓ ଭଙ୍ଗା ମନ ସଜାଡ଼ିବାକୁ ସେ ଅଣ୍ଟା ଭିଡୁଛି । ବାତ୍ୟା 'ୟସ' ପ୍ରକୋପରେ ଜିଲ୍ଲାରେ ହୋଇଛି ଅନେକ କ୍ଷୟକ୍ଷତି । କେଉଁଠି ଘର ଭାଙ୍ଗି ପାଣି ପଶି ଯାଇଛି ତ ଆଉ କେଉଁଠି ଲୋକମାନେ ଘରୁ ବାହାରି ପାରୁନାହାଁନ୍ତି । ବାତ୍ୟା ବିଭୀଷିକା ଲୋକଙ୍କ ମନରେ ଛାପ ଛାଡିଯାଇଛି । ତେବେ ବାତ୍ୟାରେ କେମିତି କ'ଣ ଉପକୂଳବାସୀ ସହିଛନ୍ତି କ୍ଷତି, ସେ ନେଇ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରେ ।

ଚାଲିଛି ସଜଡା: ଭଙ୍ଗା ଘରରେ କାଦୁଅ ଛିଟା, ଗାଁ ଦାଣ୍ଡରେ ଚାଉଳ ଶୁଖା
ଜିଲ୍ଲାର 12ଟି ବ୍ଲକ ବାତ୍ୟା ପାଇଁ ସହିଛି କ୍ଷୟକ୍ଷତି । ସଦର ବ୍ଲକ ସାର୍ଥା, କଷାଫଳ ଓ ସାର୍ଥା ଭଳି ଉପକୂଳ ଅଞ୍ଚଳରେ ବାତ୍ୟା ରଚିଛି ତାଣ୍ଡବ । ଉଛୁଳା ସମୁଦ୍ର ସମତଳ ଆଡକୁ ମାଡିଯାଇଛି ପ୍ରାୟ 7 କିଲୋମିଟର ଦୂର । ସମୁଦ୍ରର ଲୁଣାପାଣି ମାଡି ଯିବା ଯୋଗୁଁ ଚାଷ ଜମି ଏବେ ସମୁଦ୍ର ପ୍ରାୟ ଦିଶୁଛି । ସେହିପରି ଲୋକମାନଙ୍କ ଘର ଭିତରେ ପାଣି ପଶିଯିବାରୁ ସେମାନେ ଘର ଭିତରେ ଟିକିଏ ରହିବା ପାଇଁ ସୁବିଧା ହେଉନାହିଁ । ଏହାରି ଭିତରେ ଭାଙ୍ଗିଥିବା କାନ୍ଥରେ କାଦୁଅ ଛିଟା ମାରି ଭଙ୍ଗା ଘରକୁ ସଜାଡ଼ିବାର ପ୍ରୟାସ କରାଯାଉଛି । ଗାଁ ଦାଣ୍ଡରେ ପାଣି ମାଡୁଥିବାରୁ ଘରୁ ଗୋଡ଼ କାଢ଼ିବା ସମ୍ଭବ ହେଉନାହିଁ । ଏମିତି କି ଏକ ପ୍ରକାର ବାହ୍ୟ ଜଗତରୁ ବିିଚ୍ଛିନ୍ନ ହୋଇଯାଇଛନ୍ତି ଅନେକ ପରିବାର। ଘର ଭିତରେ ପାଣି ପଶିଯିବା ଫଳରେ ପିନ୍ଧାଲୁଗା ଠାରୁ ଆରମ୍ଭ କରି ଆସବାବପତ୍ର ଓ ବର୍ଷକ ପାଇଁ ଗଛିତ ଥିବା ଧାନ ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି ।

ସରକାରୀ ସ୍ତରରେ ଲୋକଙ୍କ ପାଖରେ ରିଲିଫ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏହାସହ ଆହୁରି ଅଧିକ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ଥିବା ମଧ୍ୟ ଦାବି କରାଯାଇଛି । ଏବେ ବାତ୍ୟା 'ୟସ' ଚାଲିଯାଇଛି ସତ ହେଲେ ମଣିଷ ଏବେବି ଭୋଗୁଛି କଷ୍ଟ ଓ ସହୁଛି ଯନ୍ତ୍ରଣା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 29, 2021, 11:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.