ବାଲେଶ୍ବର: ଚଢାଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛନ୍ତି ଅବକାରୀ ବିଭାଗ । ବାଲେଶ୍ବର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରବିବାର ପୁରୁଣା ବାଲେଶ୍ବର ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି।
ରବିବାର ଭୋରରୁ ଜିଲ୍ଲା ଅବକାରୀ ବିଭାଗ ସହ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଏକ ୧୦୦ ଜଣିଆ ଟିମ୍ ୧୦ ରୁ ଉର୍ଦ୍ଧ୍ବ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହ ୨୫ ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ ୧୫ ଲକ୍ଷ ହେବ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ