ବାଲେଶ୍ଵର: ଦୁର୍ଲଭ ଗଣେଶ ମୂର୍ତ୍ତି ଚୋରି । ଚନ୍ଦନେଶ୍ବର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଦୁଇଟି ମୂଲ୍ୟବାନ ଗଣେଶ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ନୀଳଗିରି ଥାନା ଅନ୍ତର୍ଗତ କାଂଶ ଅଞ୍ଚଳରେ ଥିବା ମନ୍ଦିରକୁ ଗଣେଶ ମୂର୍ତ୍ତି ଚୋରି ହୋଇ ଯାଇଥିବା ପ୍ରଥମେ ଦେଖିବାକୁ ପାଇଥିଲେ । କଳା ମୁଗୁନି ପଥରରେ ଶହ ଶହ ବର୍ଷର ପୁରୁଣା ଏହି ବିରଳ ଗଣେଶ ମୂର୍ତିକୁ ଦୁର୍ବୁର୍ତ୍ତ ମାନେ ଚଢା ଦରରେ ବିକ୍ରୀପାଇଁ ଚୋରି କରିଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର ପୂଜକ ଅଯୋଧ୍ୟା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ବ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ