ETV Bharat / state

ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ 10 ବର୍ଷ ଜେଲଦଣ୍ଡ

୨୦୧୬ ମସିହା ସେପ୍ଟେମ୍ବର ୩୦ରେ ହୋଇଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ । ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି।

author img

By

Published : Jul 6, 2019, 11:27 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଆଦାୟ ନହେଲେ ଅତିରିକ୍ତ ୩ ମାସର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ୨୦୧୬ ମସିହା ସେପ୍ଟେମ୍ବର ୩୦ରେ ବାଲିଆପାଳ ଥାନା ଅନ୍ତର୍ଗତ ବିରିଡିହା ଅଞ୍ଚଳର ଜଣେ ନାବାଳିକାକୁ ସେହି ଥାନା ଅନ୍ତର୍ଗତ ଅଁଳାଡିହାର ବାବୁ ସାହୁଙ୍କ ପୁଅ ସରୋଜ ଓରଫ ଭୀମ ଅପହରଣ କରିଥିବା ନେଇ ବାଲିଆପାଳ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ୧୭୫/୨୦୧୬ନଂ କେସ୍ ରୁଜୁ କରି ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ।

ଆଇପିସି ବିଭିନ୍ନ ଦଫା ଓ ପୋକ୍ସୋ ଆକ୍ଟରେ ଭୀମ ସାହୁ ନାମରେ ଚାର୍ଜସିଟ୍‌ ହୋଇଥିଲା। ଆଜି ଏହି ମାମଲାର ବିଚାରପତି ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପି.କେ ପଣ୍ଡା ମାମଲା ପରିଚାଳନା କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଆଦାୟ ନହେଲେ ଅତିରିକ୍ତ ୩ ମାସର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି।Body:
ସୂଚନା ଅନୁସାରେ, ୨୦୧୬ ମସିହା ସେପ୍ଟେମ୍ବର ୩୦ରେ ବାଲିଆପାଳ ଥାନା ଅନ୍ତର୍ଗତ ବିରିଡିହା ଅଞ୍ଚଳର ଜଣେ ନାବାଳିକାକୁ ସେହି ଥାନା ଅନ୍ତର୍ଗତ ଅଁଳାଡିହାର ବାବୁ ସାହୁଙ୍କ ପୁଅ ଭୀମ ଓରଫ୍‌ ସରୋଜ ଅପହରଣ କରିଥିବା ନେଇ ବାଲିଆପାଳ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ୧୭୫/୨୦୧୬ନଂ କେସ୍ ରୁଜୁକରି ଘଟଣାର ତଦନ୍ତ ପରେ ପୁଲିସ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା।
Conclusion:ଆଇପିସି ବିଭିନ୍ନ ଦଫା ଓ ପୋକ୍ସୋ ଆକ୍ଟ୍‌ରେ ଭୀମ ସାହୁ ନାମରେ ଚାର୍ଜସିଟ୍‌ ହୋଇଥିଲା। ଆଜି ଏହି ମାମଲାର ବିଚାରପତି ଶ୍ରୀମତୀ ଷଡ଼ଙ୍ଗୀ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପି କେ ପଣ୍ଡା ମାମଲା ପରିଚାଳନା କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.