ETV Bharat / state

ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଣୀ ପଣ୍ଡା - Rani Panda campaigned

ବାଲେଶ୍ଵର ସଦର ଉପନିର୍ବାଚନରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଓହ୍ଲାଇଥିବା 80 ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଯାତ୍ରା ଜଗତର ଚର୍ଚ୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡା ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ...

Rani Panda campaigned for independent candidates
ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଣୀ ପଣ୍ଡା
author img

By

Published : Oct 24, 2020, 10:54 PM IST

ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଓହ୍ଲାଇଥିବା 80 ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଯାତ୍ରା ଜଗତର ଚର୍ଚ୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡା ପ୍ରଚାର କରିଛନ୍ତି ।

ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଣୀ ପଣ୍ଡା

ବେଣୁଧର ବାଳ କାଟି ପରିବାର ପୋଷୁଥିବା ବେଳେ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପାଖରେ ଭଲ ସାଇକେଲ ନଥିବାରୁ ରାଣୀ ପଣ୍ଡା ତାଙ୍କୁ ଏକ ନୂଆ ସାଇକେଲ ଦେଇଥିଲେ । ଏଥିସହିତ ରାଣୀ ଗୁଡିପଦା ଅଞ୍ଚଳରେ ତାଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ ।

ବସ୍ତି ଅଞ୍ଚଳରେ ରାଣୀ ବୁଲିବୁଲି ବେଣୁଧରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଗରିବ ଲୋକ ପାଇଁ ଗରିବ ଟିଏ ଆଜି ପ୍ରଚାର ପାଇଁ ଆସିଛି ବୋଲି ସେ କହିଛନ୍ତି ।
ସେହିପରି ପ୍ରଚାରରେ ରାଣୀ ପଣ୍ଡା ସାମିଲ ହୋଇଥିବାରୁ ପ୍ରାର୍ଥୀ ବେଣୁଧର ବେଶ ଖୁସି ଥିବା କହିଛନ୍ତି । ଲୋକମାନଙ୍କ ଭଲ ପାଇବା ତାଙ୍କ ସହ ସବୁବେଳେ ରହିଥିବାରୁ ତାଙ୍କ ଖୁସି ଦ୍ବିଗୁଣିତ ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.