ବାଲେଶ୍ବର: ଉଦଘାଟନ ହେଲା କଟନ ଫେବ୍ ହ୍ୟାଣ୍ଡଲୁମ ଏବଂ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଓ ବିକ୍ରି ମେଳା । ବାଲେଶ୍ଵର ସହରର ଆଇଟିଆଇ ପଡ଼ିଆରେ ରାଜସ୍ଥାନ କଟନ ଫେବ୍ ହ୍ୟାଣ୍ଡଲୁମ ଏବଂ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଓ ବିକ୍ରି ମେଳା ଉଦଘାଟିତ ହୋଇଛି।
ଏଥିରେ ବିଭିନ୍ନ ଆକର୍ଷଣୀୟ ବସ୍ତ୍ର ଲୋକଙ୍କ ମନ ମୋହୁଛି। ପ୍ରଦର୍ଶନୀ ମେଳାରେ ରାଜସ୍ଥାନୀ କୋଟା ଓ ଡୋରିଆ ଶାଢୀ, ବଙ୍ଗାଳୀ ଶାଢୀ, ଯୋଧପୁର ବନ୍ଧାଣ ଶାଢୀ, ପଞ୍ଜାବୀ ଫୁଲକାରୀ ଡ୍ରେସ୍ ଏବଂ ଶାଢୀ, ଲକ୍ଷ୍ନୌର ଚିକେନ୍ ଓ୍ବାର୍କ ପୋଷାକ, ସାଙ୍ଗନେରୀ ବ୍ଲକ ପ୍ରିଣ୍ଟ ଫ୍ରକ୍ ଆଦି ବିଶେଷ ଆକର୍ଷଣ ରହିଛି।
ଉଦଘାଟନୀ ଉତ୍ସବରେ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ଆଲୋକ ସାହୁ, କବି ଅଭୟ ଦାସ, ସମାଜସେବୀ ଶତ୍ରୁଘ୍ନ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ପରିଚାଳକ ବିରେନ୍ଦ୍ର ଶର୍ମା ପ୍ରମୁଖ ଉପସ୍ଥିତି ଥିଲେ। ସମାଜସେବୀ ସର୍ବେଶ୍ବର ଜେନା ସଭା ପରିଚାଳନା କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ