ETV Bharat / state

ଅବକାରୀ ବିଭାଗର ଚଢାଉ: ନକଲି ମଦ ଜବତ, ୩ ଗିରଫ - ଅବକାରୀ ବିଭାଗର ଚଢାଉ

ରାଜ୍ୟର ସମସ୍ତ ଜିଲ୍ଲାରେ ଲକ୍‌ଡାଉନ୍‌କୁ କଡାକଡି ଭାବରେ ପାଳନ କରାଯାଉଛି । ପୋଲିସ 24 ଘଣ୍ଟା ପଇଁତରା ମାରି ସ୍ଥିତି ଅନୁଧ୍ୟାନ କରୁଛି । ବିପୁଳ ପରିମାଣ ନକଲି ମଦ ଜବତ କରାଯିବା ସହ 3 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

aa
ବାଲେଶ୍ବରରେ ଅବକାରୀ ବିଭାଗର ଚଢାଉ: ନକଲି ମଦ ଜବତ, ୩ ଗିରଫ
author img

By

Published : Mar 29, 2020, 5:45 PM IST

ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ଓ ଦେଶୀ ମଦ ଜବତ କରାଯାଇଛି। ଏହାସହ ମଦ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହିତ ୨ଟି ସ୍କୁଟି ଜବତ କରାଯାଇଛି ।

ବାଲେଶ୍ବରରେ ଅବକାରୀ ବିଭାଗର ଚଢାଉ: ନକଲି ମଦ ଜବତ, ୩ ଗିରଫ

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ରବିବାର ଭୋର ସମୟରେ ସୋର ଓ ସିମୁଳିଆ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ସୋର କୋର୍ଟ ଛକ ନିକଟରୁ ୨୮୦ ଲିଟର ଦେଶୀମଦ ଓ ୨ଟି ସ୍କୁଟି ଜବତ କରିବା ସହ ବେପାରୀ ମନୋରଞ୍ଜନ ଧଡାଙ୍କୁ ଗିରଫ କରିଥିଲା । ସେହିପରି ସିରାପୁର ଗ୍ରାମର ଶଶିକାନ୍ତ ମହାନ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧ ଲିଟର ନକଲି ମଦ ଓ ସିମୁଳିଆ ବାତୁଳି ଗ୍ରାମର ହଳଧର ମଲ୍ଲିକଙ୍କୁ ମଦ କାରବାର ଅଭିଯୋଗରେ ଗିରଫ କରାଯାଇଛି ।

କରୋନା ପାଇଁ ଲକଡାଉନ ହୋଇଥିବା ବେଳେ ଚୋରାରେ ମଦ ବିକ୍ରିକୁ ନେଇ ପ୍ରଶାସନ ସଜାଗ ହେଉଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.