ETV Bharat / state

ବାଲେଶ୍ଵରରେ ରାସ୍ତା ସମସ୍ୟା ନେଇ ଜନ ଅସନ୍ତୋଷ

ଲେଶ୍ଵର ସହରର ଆଜିମାବାଦ ଦେଇ ଯାଇଥିବା ମୁଖ୍ୟରାସ୍ତାର ଏକ ପୋଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Balasore
ବାଲେଶ୍ଵରରେ ରାସ୍ତା ସମସ୍ୟା
author img

By

Published : Jul 24, 2020, 3:13 PM IST

Updated : Jul 24, 2020, 5:10 PM IST

ବାଲେଶ୍ଵର: ପୋଲ ନିର୍ମାଣ କାମରେ ବିଳମ୍ବ ନେଇ ତେଜିଛି ଅସନ୍ତୋଷ । ବାଲେଶ୍ଵର ସହରର ଆଜିମାବାଦ ଦେଇ ଯାଇଥିବା ମୁଖ୍ୟରାସ୍ତାର ଏକ ପୋଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ରାସ୍ତା ମଝିରେ କାମ ଚାଲୁଥିବାରୁ ସେହିବାଟ ଦେଇ ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏକମାସରୁ ଉର୍ଦ୍ଧ୍ବ ହେବ ରାସ୍ତା କାମ ଚାଲୁଥିବା ବେଳେ ପୋଲ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

ବାଲେଶ୍ଵରରେ ରାସ୍ତା ସମସ୍ୟା

ଏହାସହ ରାସ୍ତାର ଦୁଇ ପାର୍ଶ୍ଵରେ ତିଆରି ହେଉଥିବା ନାଳ ଗୁଡିକ ସୁବ୍ୟବସ୍ଥିତ ଭାବେ ତିଆରି ହୋଇ ନଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାରେ ଥିବା ଛୋଟବଡ଼ ଦୋକାନୀମାନଙ୍କ ରୋଜଗାରରେ ବାଧା ସୃଷ୍ଟି ହେବାସହ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ଲୋକମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଏନେଇ ଆଜି ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 24, 2020, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.