ETV Bharat / state

ବଦଳିବ ବାଲେଶ୍ୱର ରେଳ ଷ୍ଟେସନ ଚିତ୍ର, ଷ୍ଟେସନ ପରିଦର୍ଶନରେ PSC ଟିମ - ରେଳବାଇ

ବଦଳିବ ବାଲେଶ୍ବର ରେଳ ଷ୍ଟେସନର ରୂପରେଖ । ଷ୍ଟେସନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଛନ୍ତି ଯାତ୍ରୀ ସେବା ଓ ସୁବିଧା କମିଟିର ୪ ଜଣ ସଦସ୍ୟ ବାଲେଶ୍ବର ଷ୍ଟେସନ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ୱର ରେଳ ଷ୍ଟେସନର ଉନ୍ନତି ପାଇଁ ପଦକ୍ଷେପ

author img

By

Published : Oct 19, 2021, 1:11 PM IST

ବାଲେଶ୍ବର: ବଦଳିବ ବାଲେଶ୍ବର ରେଳ ଷ୍ଟେସନର ରୂପରେଖ । ଷ୍ଟେସନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିଛନ୍ତି ଯାତ୍ରୀ ସେବା ଓ ସୁବିଧା କମିଟି PSC ଟିମର ୪ ଜଣ ସଦସ୍ୟ ବାଲେଶ୍ବର ଷ୍ଟେସନ ପରିଦର୍ଶନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ବରେ ଶିବରାଜ ଗାନ୍ଧେ (କର୍ଣ୍ଣାଟକ), ଜେ. ନାଗ ମଣି (ମହାରାଷ୍ଟ୍ର) ଓ ବେବି ଚୂନକି (ବିହାର) ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ।

ରେଳବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ରେଳ ଷ୍ଟେସନରେ ପ୍ରସ୍ତାବିତ ନୂତନ ଷ୍ଟେସନ ଗୃହ ନିର୍ମାଣ , ରେଳ ଡେଭେଲପମେଣ୍ଟ ଦ୍ବାରା ପ୍ରସ୍ତାବିତ ବ୍ୟବସାୟିକ ଗୃହ ନିର୍ମାଣ , ଶୋଭାରାମପୁର ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ , ଷ୍ଟେସନର ସୌନ୍ଦର୍ଯ୍ୟକରଣ , ଶୋଭାରାମପୁର ଏବଂ ଅଙ୍ଗାରଗଡିଆ ରେଳ ଓଭରବ୍ରିଜର ଶୀଘ୍ର କାର୍ଯ୍ୟ ସମାପ୍ତି , ବାମପଦା ଠାରେ ଥିବା ଲେଭେଲ କ୍ରସିଂର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଅମର୍ଦା ରୋଡ଼ ଠାରେ ଉଡ଼ନ୍ତା ପୋଲ, ବସ୍ତାରେ ଦୁଇ ଗୋଟି ଉଡ଼ନ୍ତା ପୋଲ , ଜଳେଶ୍ୱର ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ମାର୍କୋଣା ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ସୋରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଜଳେଶ୍ବରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଲକ୍ଷଣନାଥ ଠାରୁ ରାଣୀତାଲ ପର୍ଯ୍ୟନ୍ତ ତୃତୀୟ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି।

ଏହାସହ ହାୱଡାରୁ ପୁରୀ ପର୍ଯ୍ୟନ୍ତ ଏକ ଡବଲ ଡେ଼କର ଟ୍ରେନ, ବନ୍ଦ ପଡିଥିବା ରେଳବାଇ ଅନୁଷ୍ଠାନକୁ ପୁନଃ ଆରମ୍ଭ, ଷ୍ଟେସନ ପରିସରରେ ବନ୍ଦ ଥିବା କ୍ୟାଣ୍ଟିନ ବ୍ୟବସ୍ଥା ଆରମ୍ଭ କରିବା, ଉତ୍କଳ ଏକ୍ସପ୍ରେସ ଜଳେଶ୍ବର ଷ୍ଟେସନରେ ରହଣି ବ୍ୟବସ୍ଥା ଆଦି ସ୍ବାଭିବିକ କରିବାକୁ ଆଲୋଚନା ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.