ବାଲେଶ୍ବର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖା ପକ୍ଷରୁ ୭ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବଶାଖା ପକ୍ଷରୁ ହୋଇଥିବା ଦାବି ମଧ୍ୟରେ ରାଜ୍ୟର ସମସ୍ତ ବେକାରୀ ଯୁବକଙ୍କୁ ଚାକିରୀ କିମ୍ବା ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବା ଭଳି ଦାବି ରହିଛି।
ସେହିପରି କୋରୋନା ଯୋଗୁଁ ରୋଜଗାର ହରାଇଥିବା ଶ୍ରମିକଙ୍କୁ ନିଯୁକ୍ତି ଦେବା, କେନ୍ଦ୍ରସରକାର ପ୍ରଣୟନ କରିଥିବା ଶ୍ରମିକ ଆଇନ ଓ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କରିବା, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ଲେଖାଯିବା ଭଳି ଦାବି ହୋଇଥିଲା। ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ