ETV Bharat / state

ମିଳିଲା ପ୍ରତିଶୃତି ହଟିଲା ଆମରଣ ଅନଶନ - baleswar

ବାଲେଶ୍ବର ଜିଲ୍ଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଜୀବନ ସାଥୀ ସ୍ବେଚ୍ଛାସେବୀ ସଂଗଠନ ଆମରଣ ଅନଶନ । ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ । ଅଧିକ ପଢନ୍ତୁ...

ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ
ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ
author img

By

Published : Dec 11, 2020, 12:01 PM IST

ବାଲେଶ୍ବର: ଜିଲ୍ଲାର ବସ୍ତା ବ୍ଲକ ସନ୍ତୋଷପୁର ଭେଲୋରୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଜୀବନ ସାଥୀ ସ୍ବେଚ୍ଛାସେବୀ ସଂଗଠନ ଆମରଣ ଅନଶନରେ ବସିଥିଲା । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଶୁକ୍ରବାର ଅନଶନ ପ୍ରତ୍ୟାହୃତ ହୋଇଛି ।

ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ

ସୂଚନାଅନୁସାରେ,ସନ୍ତୋଷପୁର ଭେଲୋରୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ 40 ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ହେଲେ ଡାକ୍ତର ନଥିବାରୁ ସାମାନ୍ୟ ରୋଗର ଚିକିତ୍ସା ପାଇଁ ଲୋକଙ୍କୁ ଦୂର ଦୂରାନ୍ତକୁ ଯିବାକୁ ପଡୁଛି । ପ୍ରାୟ 10 ବର୍ଷ ହେବ ମେଡିକାଲରେ ସ୍ଥାୟୀ ଡାକ୍ତର ନଥିବାରୁ ରୋଗୀମାନେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଏଥିପାଇଁ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଜୀବନ ସାଥୀ ସ୍ବେଛାସେବୀ ସଂଗଠନର ସଦସ୍ୟମାନେ ଆମରଣ ଅନଶନରେ ବସିଥିଲେ। ଅନଶନକାରୀଙ୍କ ପାଖରେ ବସ୍ତା ମେଡିକାଲର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେଵବ୍ରତ ଜେନା ପହଞ୍ଚି ସପ୍ତାହକୁ ତିନିଦିନ ଡାକ୍ତର ରହିବା ନେଇ ପ୍ରତିଶ୍ରୁତି ଦେବାପରେ ଆଜି ଅନଶନ ପ୍ରତ୍ୟାହୃତ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.