ETV Bharat / state

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା, ବ୍ଲକ ଅଫିସ ଘେରିଲେ ହିତାଧିକାରୀ - ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ରଦ୍ଧ

ବାଲେଶ୍ଵର ରେମୁଣା ବ୍ଲକ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ଉପଯୁକ୍ତ ବଣ୍ଟନ କରୁନଥିବା ଅଭିଯୋଗ କରି ସ୍ବୟଂ ସହାୟିକା ଗୋଷ୍ଠୀକୁ ବଣ୍ଟନର ଦାୟିତ୍ବ ନ ଦେବା ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 17, 2019, 7:29 PM IST

ବାଲେଶ୍ଵର: ରେମୁଣା ବ୍ଲକ ମଙ୍ଗଳପୁର ପଞ୍ଚାୟତବାସୀ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ରେମୁଣା ବ୍ଲକ ସମ୍ମୁଖରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ହିତାଧିକାରୀମାନେ ଧାରଣା ଦେଇଛନ୍ତି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ମଙ୍ଗଳପୁର ପଞ୍ଚାୟତରେ 2 ବର୍ଷ ପୂର୍ବେ ଖାଉଟି ସାମଗ୍ରୀ ବଣ୍ଟନର ଦାୟିତ୍ବ ଏକ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଥିଲା । ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ବଣ୍ଟନ କରୁନଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ରଦ୍ଦ କରାଯାଇଛି । ବର୍ତ୍ତମାନ ଖାଉଟି ସାମଗ୍ରୀ ବଣ୍ଟନର ଦାୟିତ୍ବ ପଞ୍ଚାୟତକୁ ଦିଆଯାଇଛି।

ପୂର୍ବରୁ ଅଭିଯୋଗ ହୋଇଥିବା ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀକୁ ପୁଣି ଦାୟିତ୍ବ ଦେବାର ସୂଚନା ରହିଛି । 2 ମାସ ହେଲା ଖାଉଟି ସାମଗ୍ରୀ ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ମଙ୍ଗଳପୁର ପଞ୍ଚାୟତବାସୀ ।

Intro:Body:ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଆଗରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ହିତାଧିକାରୀମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, ମଙ୍ଗଳପୁର ପଞ୍ଚାୟତରେ 2 ବର୍ଷ ପୂର୍ବେ ଖାଉଟି ସାମଗ୍ରୀ ବଣ୍ଟନର ଦାଇତ୍ୱ ନେଇଥିବା ସମ୍ପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ବଣ୍ଟନ କରୁନଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ରଦ୍ଧ କରାଯାଇ ଖାଉଟି ସାମଗ୍ରୀ ବଣ୍ଟନ ପାଇଁ ପଞ୍ଚାୟତକୁ ଦାଇତ୍ୱ ଦିଆଯାଇଥିଲା। ମାତ୍ର ଏବେ ପୁଣି ସମ୍ପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାଇତ୍ୱ ଦେବାର ସୂଚନା ମିଳିବା ଓ 2 ମାସ ଧରି ଖାଉଟି ସାମଗ୍ରୀ ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟ ଆଗରେ ହିତାଧିକାରୀମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.