ବାଲେଶ୍ଵର: ଜଳେଶ୍ୱରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କାରାଯାଇଛି । ଉତ୍ତର ବାଲେଶ୍ଵର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ନୂଆ ନାଗରିକ ଆଇନକୁ ଲାଗୁ ନକରିବା ପାଇଁ ଦାବିପତ୍ର ଦିଆଯାଇଛି ।
ଜଳେଶ୍ୱର ଗ୍ୟାରେଜ ବଜାରରୁ ମୁସଲିମ ସମ୍ପ୍ରଦାୟର ଶତାଧିକ ଲୋକ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜଳେଶ୍ୱର ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶୋଭାଯାତ୍ରାରେ 2 ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଜଳେଶ୍ୱର ଏସଡିପିଓ ଶାନ୍ତିଶୃଙ୍ଖଳା ଉପରେ ନଜର ରଖିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ