ETV Bharat / state

ବନ୍ଧାହେଲା ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ ନିଲୁ, ଭୁବନେଶ୍ୱରରୁ ଧରିଲା ମୁମ୍ବାଇ NCB ଟିମ୍ - GANJA SMUGGLER NILU ARRESTED

ମୁମ୍ବାଇ NCB ଟିମ୍ ହାତରେ କୁଖ୍ୟାତ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନ । ଭୁବନେଶ୍ୱରରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଗଲା ମୁମ୍ବାଇ ।

ganja smuggler nilu arrested
ganja smuggler nilu arrested (ETV Bharat Odisha)
author img

By ETV Bharat Odisha Team

Published : Nov 3, 2024, 11:00 PM IST

ଭୁବନେଶ୍ବର: ଗଞ୍ଜେଇ କାରବାରରେ ଓଡିଶାର ମୁମ୍ବାଇ ଲିଙ୍କ୍ । ମୁମ୍ବାଇ NCB ଟିମ୍ ହାତରେ ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ । ଗଞ୍ଜାମର ଗଞ୍ଜେଇ ମାଫିଆ ନିଲକୁ ପ୍ରଧାନକୁ ଭୁବନେଶ୍ୱରରୁ ଗିରଫ କଲା ମୁମ୍ବାଇ NCB ସ୍ପେଶାଲ ଟିମ୍ । ତାକୁ ଟ୍ରାନଜିଟ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି ।

ganja smuggler nilu arrested (ETV Bharat Odisha)

ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ ନିଲୁ ଗିରଫ:

ସୂଚନା ମୁତାବକ, ଦୀର୍ଘ ଦିନ ଧରି ମୁମ୍ବାଇ ଏନସିବି ରାଡାରରେ ଥିଲା ନିଲୁ ପ୍ରଧାନ । ହାଇ ପ୍ରୋଫାଇଲ ଗଞ୍ଜେଇ କାରବାରର ମୁମ୍ବାଇ କନେକ୍ସନରେ ଥିଲା ନିଲୁ । ଯାହାକୁ ଖୋଜୁଥିବା ଏନସିବି ଟିମ୍ ତାର ଠିକଣା ଭୁବନେଶ୍ୱରରେ ପାଇଥିଲା । ତାକୁ ଖୋଜି ଖୋଜି ଶେଷରେ ଭୁବନେଶ୍ୱର ଏନସିବି ଟିମ୍ ସହାୟତାରେ ତାକୁ ଗିରଫ କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଇ ସେଠାରୁ ରିମାଣ୍ଡରେ ନେଇଛନ୍ତି ମୁମ୍ବାଇ । ନିଲୁ ପ୍ରଧାନର ଗଞ୍ଜେଇ କାରବାରର ଫର୍ଦ୍ଦାଫାସ ହୋଇଛି । ନିଲୁ ମୁମ୍ବାଇ ଏନସିବି ଟିମ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ନେଇ ସୂଚନା ଦେଇଛନ୍ତି ଜଣେ ଅଧିକାରୀ ।

ନିଲୁର ମାୟାନଗରୀ ଲିଙ୍କ୍:
ମାୟାନଗରୀ ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଓଡ଼ିଶା ଗଞ୍ଜେଇର ଡିମାଣ୍ଡ ରହିଛି । ଯାହାକୁ ନେଇ ଓଡ଼ିଶାର କନ୍ଧମାଳ ଓ ବୌଦ୍ଧରୁ ଗଞ୍ଜେଇ ଆଣି ବିଭିନ୍ନ ଜରିଆରେ ସପ୍ଲାଏ କରୁଥିଲା । ଓଡ଼ିଶାର ଗଞ୍ଜେଇ ପାଇଁ ମୁମ୍ବାଇରେ ଏକ ଭଲ ମାର୍କେଟ ରହିଥିଲା । ମାୟାନଗରୀ ଭଳି ଜନଗହଳି ସ୍ଥାନରେ ଓଡ଼ିଶା ଗଞ୍ଜେଇ ଡିମାଣ୍ଡ ଥିଲା । ନିଲୁ ସହ ଅନେକ ମାଫିଆଙ୍କ ସହ ଡିଲ୍ ହୋଇଥିଲା । ଅନେକ ସମୟରେ ମୁମ୍ବାଇ ଓ ଦିଲ୍ଲୀକୁ ବଡ଼ ପରିମାଣର ଗଞ୍ଜେଇ ପଠାଇ ସେଠାରେ ଏକ ନିଜସ୍ବ ନେଟୱର୍କ ତିଆରି କରିଥିଲା ନିଲୁ । ସେଥିପାଇଁ ଏନସିବି ରାଡାରକୁ ଆସିଥିଲା ସେ । ତେବେ ନିଲୁ ପ୍ରଧାନର ଘର ଗଞ୍ଜାମ ବୋଲି ଜଣାପଡ଼ିଛି ।

କିପରି ସନ୍ଦେହ ଘେରକୁ ଆସିଥିଲା ନିଲୁ ?

ମୁମ୍ବାଇର ଏକ ପାର୍ଟିରେ ରେଡ ବେଳେ ଗଞ୍ଜେଇ ଜବତ ହୋଇଥିଲା । ସେହି ଘଟଣାରେ ଲିଙ୍କ୍ ଖୋଜୁ ଖୋଜୁ ନିଲୁ ସନ୍ଦେହ ଘେରକୁ ଆସିଥିଲା । ନିଲୁକୁ ଗିରଫ କରିବା ପାଇଁ ଏନସିବି ଟିମ୍ ଜାଲ ବିଛାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଲୁଚି ବୁଲୁଥିଲା ସେ । ଅନେକ ଥର ଧରିବା ପାଇଁ ମଧ୍ୟ ଏନସିସି ଟିମ୍ ଚେଷ୍ଟା କରିଥିଲା ହେଲେ ଧରାପଡ଼ିନଥିଲା । ପରେ ତାର ଠିକଣା ଆଧାରରେ ଓଡ଼ିଶାର ଭୁବନେଶ୍ୱରରେ ରହିଥିବା ଖବର ପାଇ ପିଛା କରିଥିଲା ।ଆଜି ନିଲୁକୁ ଭୁବନେଶ୍ୱରରୁ ଗିରଫ କରିଛି ମୁମ୍ବାଇ ଏନସିବି ଟିମ୍ ।

ଏହା ମଧ୍ୟ ପଢନ୍ତୁ ....କୋଟି କୋଟି ଟଙ୍କାର ଗଞ୍ଜେଇ ସହ ଏହି ଷ୍ଟାର ଖେଳାଳି ଗିରଫ; ଖେଳ ବାହାନାରେ ହେଉଥିଲା ଚୋରାଚାଲାଣ - Star Player Marijuana Smuggling
ଏହା ମଧ୍ୟ ପଢନ୍ତୁ...ପୋଲିସ ହାତରେ B.Tech ଗଞ୍ଜେଇ ମାଫିଆ: ସୁନ୍ଦରୀଙ୍କ ସହ କରୁଥିଲା ରିଲ୍ସ, ଏମିତି ବାନ୍ଧିଲା ପୋଲିସ - Btech Ganja Mafia Arrest
ପୂର୍ବରୁ ଧରା ପଡ଼ିଲା ରାହୁଲ ସେଠୀ:

ଚଳିତ ବର୍ଷ ଏପ୍ରିଲ 19 ତାରିଖରେ ଧରାପଡ଼ିଥିବା କୁଖ୍ୟାତ କଞ୍ଜେଇ ମାଫିଆ ରାହୁଲ ସେଠୀ । ତାର ଘର ମୟୂରଭଞ୍ଜ ଜିଲ୍ଲାରେ । ସେତେବେଳେ ରାହୁଲ ନିଜର ଜଣେ ସହଯୋଗୀକୁ ଜେଲକୁ ଭେଟିବାକୁ ଆସି ଧରାପଡ଼ିଥିଲା । ରାହୁଲକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ ।ଏପରିକି ରାହୁଲର ମୁମ୍ବାଇ ଲିଙ୍କର ଖୁଲାସା କରିଥିଲା କମିଶନରେଟ୍ ପୋଲିସ । ମାଲକାନଗିରିରୁ ଗଞ୍ଜେଇ ଆଣି ମୁମ୍ବାଇ ଓ ଦିଲ୍ଲୀ ପଠାଉଥିଲା ସେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.