ETV Bharat / state

ଧଉଳି ଶାନ୍ତି ସ୍ତୁପକୁ ପୂରିଲା ୫୨ ବର୍ଷ, ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଆୟୋଜିତ ହେଲା ଧଉଳି ଶାନ୍ତି ସ୍ତୁପର ୫୨ ତମ ପ୍ରତିଷ୍ଠା ଦିବସ । ମୁଖ୍ୟମନ୍ତ୍ରୀ କହିଲେ 'ଧଉଳି ଶାନ୍ତି ସ୍ତୁପକୁ ବିଶ୍ୱସ୍ତରୀୟ କରାଯିବ । ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଧ୍ୟାନ ଦେଉଛନ୍ତି ।'

52nd foundation day of Dhauli
52nd foundation day of Dhauli (ETV Bharat Odisha)
author img

By ETV Bharat Odisha Team

Published : Nov 3, 2024, 10:22 PM IST

ଭୁବନେଶ୍ବର: କଳିଙ୍ଗ ଯୁଧ୍ୟର ମୁକ ସାକ୍ଷୀ ଧଉଳି ଶାନ୍ତି ସ୍ତୁପ । ଏହାକୁ ପୂରିଛି ୫୨ ବର୍ଷ । କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ଆୟୋଜିକ ୫୨ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

52nd foundation day of Dhauli (ETV Bharat Odisha)

' ଧଉଳି ଶାନ୍ତି ସ୍ତୁପକୁ ବିଶ୍ୱସ୍ତରୀୟ କରିବା':

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି," ଧଉଳି ଶାନ୍ତି ସ୍ତୁପ ହେଉଛି ଶାନ୍ତିର ପ୍ରତୀକ । ସ୍ଵର୍ଣ୍ଣ ତ୍ରିଭୁଜରେ ଆସୁଥିବାରୁ ପର୍ଯ୍ୟଟକ ଭ୍ରମଣ ମାନଚିତ୍ରରେ ଧଉଳି ନିଶ୍ଚିତ ଭାବରେ ସ୍ଥାନ ପାଇଥାଏ । ସେଥିପାଇଁ ଧଉଳି ଶାନ୍ତି ସ୍ତୁପକୁ ବିଶ୍ୱସ୍ତରୀୟ କରିବା । ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଆମ ସରକାର ଧ୍ୟାନ ଦେଉଛନ୍ତି । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱରୋପ କରିଛନ୍ତି । ଏହି ଐତିହ୍ୟ ସ୍ଥଳ ଗୁଡିକର ସମନ୍ବିତ ଯୋଜନା କରିବାର ଆବଶ୍ୟକତା ଅଛି । ଏହାଛଡା ସବୁ ଐତିହ୍ୟ ସ୍ଥଳର ସମନ୍ଵିତ ଯୋଜନା କରାଯିବାର ଲକ୍ଷ୍ୟ ରଖିଛନ୍ତି ସରକାର । "

52nd foundation day of Dhauli
52nd foundation day of Dhauli (ETV Bharat Odisha)

'ଧଉଳିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି':

ସେ ଆହୁରି ମଧ୍ୟ କହିଛନ୍ତି,"ଆଗାମୀ ଦିନରେ ଧଉଳି ତାର ଗାରିମା ବଜାୟ ରଖିଛି । ସେହି ଗାରିମାକୁ ଆହୁରି ରୁଦ୍ଧିମନ୍ତ କରାଯିବ । ଓଡ଼ିଶାର ଯେତିକି ପର୍ଯ୍ୟଟନ କ୍ଷେତ୍ର ଅଛି, ଧଉଳିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏ ମାଟିରେ ଓଡ଼ିଶାର ବୀର ସୈନିକମାନେ ତାଙ୍କ ବୀରତ୍ବର ପରାକାଷ୍ଠା ଦେଖାଇଥିଲେ । 52 ବର୍ଷ ତଳେ ଏଠି ଇତିହାସର ପୁନରାବୃତ୍ତି କରି ଏସ୍ଥାନରେ ଏକ ଶାନ୍ତିସ୍ତୁପ ସ୍ଥାପନ ପାଇଁ ଜାପାନରୁ ଆସିଥିବା ବୌଦ୍ଧ ଭିକ୍ଷୁମାନେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ନିଶ୍ଚିତ ଭାବରେ ଆମ ପ୍ରଦେଶକୁ ଏକ ନୂଆ ପରିଚୟ ଦେଇଥିଲା ।"

'ଭାରତ ବିଶ୍ୱ ବନ୍ଧୁ ':

ଏହି ଅବସରରେ ଧଉଳି ଶାନ୍ତି ସ୍ତୁପ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା କହିଥିଲେ । ଭାରତ ହେଉଛି ବିଶ୍ୱ ବନ୍ଧୁ । ମୋଦି ରୁଷିଆ , ୟୁକ୍ରେନ ଏବଂ ଇସ୍ରାଇଲ ଯୁଧ୍ୟର ଅବସାନ ପାଇଁ ଆଲୋଚନା ଜାରି ରଖିଛନ୍ତି । ଭାରତ ଏବଂ ଚୀନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆଲୋଚନା କରୁଛନ୍ତି । ସ୍ଵର୍ଣ୍ଣ ତ୍ରିଭୁଜରେ ଆସୁଥିବା ପର୍ଯ୍ୟଟକ ମାନଙ୍କର ଭ୍ରମଣ ମାନଚିତ୍ରରେ ଧଉଳି ଶାନ୍ତିସ୍ତୁପ ଥାଏ । ତେଣୁ ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ଆମ ସରକାର ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ'

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ପୁରୁଣା ସିନେମା ଥିମ୍, ଓଡ଼ିଆ ଅସ୍ମିତାର ଝଲକ ଦେଖିବେ ଦର୍ଶକ

ପ୍ରଥମେ ମୁଖ୍ୟମନ୍ତ୍ରୀ ଧଉଳିରେ ପହଞ୍ଚି ବୁଦ୍ଧଙ୍କୁ ଦର୍ଶନ କରିଥିଲେ । ପରେ ନିପନ ବୁଦ୍ଧ ସଂଘର ବାର୍ଷିକ ପୂଜାରେ ସାମିଲ ହୋଇଥିଲେ । କଳିଙ୍ଗ ନିପନ ବୁଦ୍ଧ ସଂଘ ପକ୍ଷରୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଦାନ କରାଯାଇଛି । ବୌଦ୍ଧ ଭିକ୍ଷୁଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ବିଧାୟକ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.