ମେଷ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କୌଣସି ବିବାଦାସ୍ପଦ ବିଷୟ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ, ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ, ଆପଣ କିପରି ସେଗୁଡିକର ସାମ୍ନା କରିବେ ।
ବୃଷ: ଆଜି ଆପଣଙ୍କୁ ସୁହାଇଲା ପରି ଦିନଟି ଅଟେ । ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ । ମନ ଭଲ ରହିବ । ପରିବାର ଓ ସଙ୍ଗମାନଙ୍କ ପାଇଁ ସମୟ ବାହାରିବ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି ।
ମିଥୁନ: ଆଜି କାର୍ତ୍ତିକ ମାସ ସୋମବାର ଦିନଟି ଶୁଭଫଳ ପ୍ରଦାନକାରୀ ରହିବ । ମହାଦେବଙ୍କ କୃପାରୁ ଆପଣ କିଛି କାର୍ଯ୍ୟ ସୁଚାରରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଦିନଟିରେ ଆପଣଙ୍କର ମାନ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କଠାରୁ ସାହାଯ୍ୟ ପାଇ ନିଜର କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିପାରିବେ । ନିଜର ବାକ୍ୟାଳାପରେ ସତର୍କିତା ଅବଲମ୍ୱନ କରିବା ବିଧେୟ ।
କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଆପଣ କ'ଣ କହୁଛନ୍ତି ଓ କିପରି କରୁଛନ୍ତି, ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବାରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରହୁନ୍ତୁ ନାହିଁ, ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।
ସିଂହ: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ; ଯେତେଦୁର ସମ୍ଭବ, କେବଳ ସତର୍କ ହୁଅନ୍ତୁ । ନକ୍ଷତ୍ରଗଣ ଆପଣଙ୍କ ପାଇଁ ଶୁଭ ଜଣା ପଡୁନାହାନ୍ତି । ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ । କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରୀର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ । ଆପଣ ନିଦ୍ରାହୀନତାରେ ମଧ୍ୟ ପିଡୀତ ହୋଇପାରନ୍ତି ।
କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ରହିବ । ମାତ୍ର ନ ଭାବି ନ ଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନେବେ ନାହିଁ କିମ୍ୱା ପସନ୍ଦ କରିବେ ନାହିଁ । ଅନ୍ୟ ସମସ୍ତ ଅତ୍ୟନ୍ତ ଶୁଭ ରହିଛି । ଘର ପରିବେଶ ଖୁସିମୟ ହେବ । ଏହାର ଆନନ୍ଦ ଉପଭୋଗ କରନ୍ତୁ ଏବଂ ପ୍ରୀୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତୁ । ଆପଣଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଅତୁଟ ରହିବ ।
ତୁଳା: ପାରିପାର୍ଶ୍ୱିକ ପରିବେଶ ଆପଣଙ୍କୁ ଏକୁଟିଆ ଛାଡିବାର ଜଣା ପଡୁନାହିଁ । ଆଜି ଆପଣଙ୍କ ପାଇଁ ଏକ ଦ୍ୱନ୍ଦର ଦିନ ରହିପାରେ । ଆଶା କରାଯାଉ ନଥିବା ଦ୍ୱନ୍ଦ ଆସିବାର ସମ୍ଭାବନା ରହିଛି । ଧୈର୍ଯ୍ୟ ହରାନ୍ତୁ ନାହିଁ । ଦାୟିତ୍ୱବାନ ବ୍ୟକ୍ତି ଭାବରେ ବ୍ୟବହର କରନ୍ତୁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତି । ଖର୍ଚ୍ଚର ପରିମାଣ ବଢ଼ିପାରେ । ସନ୍ଧ୍ୟା ସମୟରେ ସ୍ଥିତିରେ ସୁଧାର ଆସିବ ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ସାଧାରଣ ଦିନ ରହିବ । ସ୍ୱାସ୍ଥ୍ୟ ପ୍ରଭାବିତ ରହିବ ନାହିଁ ଏବଂ ମାନସିକ ଅବସ୍ଥା ସହଜ ଏବଂ ଶାନ୍ତ ରହିବ । ଆପଣ ଘରେ ବନ୍ଧୁମାନଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଏବଂ ହସ ଉଲ୍ଲାସର ସମୟ ବିତାଇବେ । କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବେଶ ଖୁସିମୟ ଏବଂ ସ୍ୱାଗତମୟ ରହିବ ।
ଧନୁ: ଆଜିର ଦିନ ବିଶେଷ ମହତ୍ୱପୁର୍ଣ୍ଣ ରହିନପାରେ । ବ୍ୟବହାର ଏବଂ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କର ଖର୍ଚ୍ଚ ବଢି ବଢି ଚାଲିବ । ଆପଣଙ୍କ ମନରେ ବ୍ୟାକୁଳତା ଏବଂ ବିରକ୍ତିଭାବ ଆସିପାରେ । ପରିଶ୍ରମ ଅନୁସାରେ ଫଳ ମିଳି ନପାରେ । କର୍ମ କ୍ଷେତ୍ରରେ ଶତ୍ରୁ ବଢ଼ିପାରନ୍ତି । ନିଜକୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ।
ମକର: ଆଜି, ସାମାଜିକ କାର୍ଯ୍ୟ, ମଙ୍ଗଳକାରୀ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କ ପାଇଁ ଲାଭଦାୟକ ହେବାର ଆଶା କରାଯାଉଛି । ବିଭିନ୍ନ ଦିଗରେ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ହେବେ । ବନ୍ଧୁ କିମ୍ୱା ସମ୍ପର୍କୀୟଙ୍କ ସହିତ ଆକସ୍ମିକ ମିଳନ ଦୀର୍ଘକାଳୀନ ଭିତ୍ତିରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ବ୍ୟବସାୟରୁ ଆଶାଠାରୁ ଆଧିକ ଲାଭ ପାଇବେ ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଶୁଭଦିନ ହେବାର ଆଶା କରାଯାଉଛି । ସମସ୍ତ କାର୍ଯ୍ୟ ସମୟ ପୁର୍ବରୁ ସହଜରେ ସମାପ୍ତ ହୋଇପାରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଅନୁକୂଳ ରହିବ । ବ୍ୟବସାୟୀ ଏବଂ ପେଶାଦାରମାନେ ଏକ ବଡ ଆଶ୍ଚର୍ଯ୍ୟ ଜନକ ଖବର ପାଇବେ । ମିଳିତ ସହଯୋଗ, ପାର୍ଟନର୍ଶୀପ୍ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଏକ ବଡ ସଫଳତା ଆସିବାର ଅଛି ।
ମୀନ: ଆଜି ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଦିନ ରହିବ, ଭଲ ଭାଗ୍ୟ ମଧ୍ୟ ଆଣିବ । ଘରର ପରିବେଶ ସୌହାର୍ଦ୍ଦପୂର୍ଣ୍ଣ ଏବଂ ଶାନ୍ତ ରହିବ । ଆର୍ଥିକ ଲାଭ ଆଶା କରିପାରିବେ, ଯଦିଓ ସାଧାରଣ ଅପେକ୍ଷା ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି, କିନ୍ତୁ ସେହି ଖର୍ଚ୍ଚ ଅକାରଣ ହେବ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।