ETV Bharat / state

ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ରାଜ୍ୟରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ । ଚଳିତ ବର୍ଷ ୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି । ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Orders Probe Into Unnatural Death Of Elephants
Orders Probe Into Unnatural Death Of Elephants (ETV Bharat Odisha)
author img

By ETV Bharat Odisha Team

Published : Nov 3, 2024, 10:26 PM IST

ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ ଅଟେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଚଳିତ ବର୍ଷ ଅସ୍ଵାଭାବିକ ଭାବରେ ପାଖାପାଖି ୫୦ରୁ ଅଧିକ ହାତୀ ମୃତ୍ୟୁବରଣ କରିଛନ୍ତି । ଏପଟେ କିନ୍ତୁ ତଦନ୍ତ ଧିମା କାରଣରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ସେ ଶିକାରୀ ହେଉ ବା ବନ କର୍ମଚାରୀ କିମ୍ବା ଅଧିକାରୀ ହୁଅନ୍ତୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି ।

ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଅଛି କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି:

ଏକ ନୋଟିସ ଜାରି କରି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ପାଖାପାଖି ୫୦ରୁ ଅଧିକ ହାତୀ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଭାବରେ ଉଦ୍‌ବେଗଜନକ । ଅସ୍ଵାଭାବିକ ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ବହୁ ବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେପରିକି ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ, ବନ କର୍ମଚାରୀ ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସାଙ୍ଗକୁ ମଧ୍ୟ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ ଦକ୍ଷତା ଏବଂ କାର୍ଯ୍ୟ କୁଶଳତାର ଅଧିକ ଭାବରେ ଗ୍ରହଣ କରାଯାଉଛି । ତଥାପି ଅସ୍ଵାଭାବିକ ଭାବରେ ହାତୀଙ୍କ ଜୀବନ ଯାଉଛି ।"

Probe Into Unnatural Death Of All Elephants
Probe Into Unnatural Death Of All Elephants (govt. Of Odisha)
ବନ ଅଧିକାରୀଙ୍କ ଅବହେଳାକୁ ବରଦାସ୍ତ କରାଯିବ ନାହିଁ:

"ସୁରକ୍ଷିତ ପରିବେଶରେ ବାସ କରିବା ସମସ୍ତ ବନ୍ୟଜନ୍ତୁମାନଙ୍କର ଅଧିକାର ଅଟେ । ସେମାନଙ୍କୁ ଆଇନଗତ ସୁରକ୍ଷା ମଧ୍ୟ ପ୍ରଦାନ କରାଯିବା ଆବଶ୍ୟକ । ସେମାନଙ୍କ ନିରାପତ୍ତା ନିଶ୍ଚିତ କରାଯିବା ନିମନ୍ତେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଯାହା ଅତ୍ୟନ୍ତ ଗୁରୂତ୍ଵପୂର୍ଣ୍ଣ ଓ ଜରୁରୀ ପଦକ୍ଷେପ ଅଟେ । ତେବେ କୌଣସିମତେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଛନ୍ତି । ବନ ବିଭାଗ ଅଧିକାରୀମାନେ ଏଥି ନିମନ୍ତେ ଉତ୍ତରଦାୟୀ ହେବା ଆବଶ୍ୟକ ।"

Probe Into Unnatural Death Of All Elephants (ETV Bharat Odisha)
ଅସ୍ଵାଭାବିକ ହାତୀମୃତ୍ୟୁ ରିପୋର୍ଟ ଏକ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ:

"ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଅସ୍ଵାଭାବିକ ହାତୀମୃତ୍ୟୁ ଘଟଣା ଗୁଡ଼ିକୁ ବନଖଣ୍ଡୱାରୀ ପ୍ରସ୍ତୁତ କରାଯାଇ ପୁଙ୍ଖାନୁପୁଙ୍ଗ ତଦନ୍ତ କରାଯିବ । ଦୋଷୀ ବ୍ୟକ୍ତି ବିଶେଷ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକ ମାସ ମଧ୍ୟରେ ଜଣାଇବା ପାଇଁ ମନ୍ତ୍ରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ରାଜ୍ୟରେ ହାତୀ ମୃତ୍ୟୁର କିଛି ଘଟଣା:

  • ନଭେମ୍ବର ୨ ତାରିଖ ଢେଙ୍କାନାଲରେ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ ଘଟିଛି । ପୂର୍ବତଟ ରେଳପଥର ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ଘଟିଥିଲା ଏଭଳି ଏକ ଅଘଟଣ । ୩୫ ଟିକିଆ ହାତୀପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବାବେଳେ ଧକ୍କା ଦେଇଥିଲା ଟ୍ରେନ । ମୃତ ଦନ୍ତାର ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଥିଲା ।
  • ଅକ୍ଟୋବର ୧୭ ତାରିଖରେ ରାଉରକେଲାରେ ଟ୍ରେନ ଧକ୍କାରେ ଏକ ହାତୀ ଛୁଆ ମୃତ୍ୟୁ ଘଟିଥିଲା । ଯାହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ପିସିସିଏଫ ସୁଶାନ୍ତ ନନ୍ଦ । ରେଲୱେକୁ ସତର୍କ ସୂଚନା ଦେବା ସତ୍ତ୍ୱେ ମଧ୍ୟ ଟ୍ରେନ ଦୁର୍ଘଟଣାରେ ହାତୀ ଛୁଆର ଜୀବନ ଯାଇଥିଲା । ବର୍ତ୍ତମାନ ଏହାର ତଦନ୍ତ କରୁଛନ୍ତି ଡିଏଫଓ । ଘଟଣା ଦିନ ୩୦ରୁ ୪୦ ହାତୀ ପଲ ରେଳ ଲାଇନ ପାର ହେଉଥିଲେ । ପାର ହେଲା ସମୟରେ ଦୁର୍ଘଟଣା ଘଟିଥିଲା ।
  • ଅଗଷ୍ଟ ୩୦ ତାରିଖରେ ଖୋର୍ଦ୍ଧା ଟାଙ୍ଗୀ ନିକଟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିଲା । ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତଦେହକୁ ଗ୍ରାମବାସୀ ଦେଖିଥିଲେ । ତେବେ ଦନ୍ତା ହାତୀର ମୃତ୍ୟୁ ବିଦ୍ୟୁତ ଆଘାତ କାରଣରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲା । ଖୋର୍ଦ୍ଧା ଡିଏଫଓ ଏହାର ତଦନ୍ତ କରୁଛନ୍ତି ।
  • ଭୁବନେଶ୍ବର ଚନ୍ଦକା ଜଙ୍ଗଲରେ ମଧ୍ୟ ଗୋଟିଏ ଦନ୍ତା ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । ଖାଦ୍ୟ ଅନ୍ୱେଷଣରେ ଆସି ପୂର୍ବରୁ ରହିଥିବା ତାରରେ ହାତୀର ଶୁଣ୍ଢ ଲାଗିଯାଇଥିଲା । ବିଦ୍ୟୁତ ଆଘାତ ଏତେ ମାତ୍ରାରେ ରହିଥିଲା ଯେ ଦୀର୍ଘ ସମୟ ଧରି ଛଟପଟ ହୋଇ ଶେଷରେ ଦନ୍ତାହାତୀର ମୃତ୍ୟୁ ଘଟିଥିଲା ।

ଗଲାଣି ୫୦ରୁ ଅଧିକ ହାତୀଙ୍କ ଜୀବନ:

ଚଳିତ ବର୍ଷ ହାତୀ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛି ବନ ବିଭାଗ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍କ୍ୱାଡମାନଙ୍କ କାର୍ଯ୍ୟଧାରା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି ବନ ବିଭାଗ । ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜ୍ୟ ବନ ବିଭାଗରେ ୩୯୭ ଜଣ ସ୍କ୍ୱାର୍ଡ କାର୍ଯ୍ୟରତ ଅଛନ୍ତି । ଏତେ ସଂଖ୍ୟକ ସ୍କ୍ୱାଡ ଥିବା ସତ୍ତ୍ୱେ ଚଳିତ ଆର୍ଥକ ବର୍ଷରେ ୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲେଣି । ବନ ବିଭାଗର ସ୍କ୍ୱାଡ କର୍ମଚାରୀମାନେ ସ୍ଥାୟୀ ଚାକିରି ଭାବନାରେ ବୁଡ଼ି ରହିଛନ୍ତି । ଠିକ୍‌ରେ ପାଟ୍ରୋଲିଂ କରୁନାହାନ୍ତି, ବନ୍ୟପ୍ରାଣୀ ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉନାହିଁ ବୋଲି ବନ୍ୟପ୍ରାଣୀ ପିସିସିଏଫ ଚିନ୍ତାପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ହାତୀ ଦିବସ: ବଢ଼ୁଛି ସଂଖ୍ୟା, ହେଉଛନ୍ତି ଜନବସତି ମୁହାଁ, ହାତୀ-ମଣିଷ ଲଢେଇରେ ଦେଶରେ ଆଗରେ ଓଡ଼ିଶା - World Elephant Day 2024

ଏହା ମଧ୍ୟ ପଢ଼ନ୍ତୁ...ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day

ଏହା ମଧ୍ୟ ପଢ଼ନ୍ତୁ...କାମ କରୁନାହାନ୍ତି ବନ ବିଭାଗ ସ୍କ୍ୱାର୍ଡ, ଗଲାଣି ୪୦ରୁ ଅଧିକ ହାତୀଙ୍କ ଜୀବନ - odisha forest department

ରାଜ୍ୟରେ ହାତୀଙ୍କ ସ୍ଥିତି ରିପୋର୍ଟ:

ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ହାତୀ ଗଣନା ରିପୋର୍ଟ ଆଧାରରେ ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ଟି ହାତୀ ମରିଛନ୍ତି । ୨୦୨୩ ଅର୍ଥାତ୍ ଗତବର୍ଷ ୬୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨ ହଜାର ୯୮ଟି ହାତୀ । ୨୦୧୭ ମସିହା ଗଣନା ସମୟରେ ଏହି ସଂଖ୍ୟା ୧ ହଜାର ୯୭୬ ଥିଲା । ଗତ ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି । ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ ହାତୀ ଥିବାବେଳେ ୧ ହଜାର ୩୯ଟି ମାଈ ହାତୀ ଓ ୫୯୪ଟି ଛୁଆ ହାତୀ ଅଛନ୍ତି ।

ହାତୀ ଚଲାପଥରେ ସାଜୁଛି ଅନେକ ବାଧକ:
ହାତୀ ଯେଉଁ ବାଟ ଦେଇ ଯିବା ଆସିବା କରେ ତାକୁ ଯେପରେ କୌଣସି ଅସୁବିଧା ନ ହୁଏ ତାହା ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଯେପରି ହାତୀଙ୍କ ଚଲାବାଟରେ ରେଳ ଲାଇନ ଆସିବା, କିଛି ଇଣ୍ଡଷ୍ଟ୍ରି ବା କିଛି ଅତ୍ୟାଧୁନିକ ମେସିନ ଦ୍ବାରା କାର୍ଯ୍ୟ କରାଯାଉଥିଲେ ହାତୀ ସେହି ଚଲାପଥକୁ ବଦଲାଇ ଦେଇଥାନ୍ତି । ଯାହା ଫଳରେ ଚଲାପଥରେ ଅନେକ ବାଧକ ଆସିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.