ବାଲେଶ୍ବର: ଜିଲ୍ଲା ବାଲିଆପାଳ ଶରଡ଼ିହା ପ୍ରାଥମିକ ବିଦ୍ୟାଳୟରେ ରାତି ସାରା ଜାତୀୟ ପତାକା ଉଡାଇବା ପ୍ରସଙ୍ଗରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶିକ୍ଷା ବିଭାଗ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।
ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ସନ୍ଧ୍ୟାରେ ଅବତରଣ ପ୍ରତି ପ୍ରଧାନ ଶିକ୍ଷକ ଦୃଷ୍ଟି ଦେଇନଥିଲେ। ଯେଉଁଥି ପାଇଁ ରାତିସାରା ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବାଲିଆପାଳ ବିଇଓ ପ୍ରଧାନ ଶିକ୍ଷକ ଅନନ୍ତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ