ETV Bharat / state

ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କର୍ମଶାଳା - ମତ୍ସ୍ୟ ସମ୍ପଦ ଯୋଜନା କର୍ମଶାଳା

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କିତ ଏକ ଦିନିକିଆ ରାଜ୍ୟ ସ୍ଥରୀୟ ସଚେତନତା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ମତ୍ସ୍ୟ ସମ୍ପଦ ଯୋଜନା କର୍ମଶାଳା
ମତ୍ସ୍ୟ ସମ୍ପଦ ଯୋଜନା କର୍ମଶାଳା
author img

By

Published : Mar 15, 2021, 1:54 PM IST

ବାଲେଶ୍ବର: ଜିଲ୍ଲା ଚାନ୍ଦିପୁର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କିତ ଏକ ଦିନିକିଆ ରାଜ୍ୟ ସ୍ଥରୀୟ ସଚେତନତା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ସର୍ବ ଭାରତୀୟ ସ୍ତରରେ ଏହା ପ୍ରଥମ କାର୍ଯ୍ୟକ୍ରମ। ଏଥିରେ ଦେଶର ଅନ୍ୟ ସମସ୍ତ ରାଜ୍ୟମାନଙ୍କରେ ହଜାର ହଜାର ସଂଖ୍ୟାରେ ପ୍ରତିନିଧିମାନେ ଡିଜିଟାଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ।

ଆୟୋଜିତ କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବରର ସାଂସଦ ତଥା କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସମବାୟ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କ ପାଇଁ ଉଲ୍ଲେଖଯୋଗ୍ୟ ସହଯୋଗ କରୁଥିବାରୁ ଏନସିଡିସିକୁ ପ୍ରଶଂସା କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଏନସିଡିସିର ମ୍ୟାନେଜିଙ୍ଗ ଡାଇରେକ୍ଟର ସନ୍ଦିପ କୁମାର ନାୟକ, ଉପ ମହାନିର୍ଦ୍ଦେଶକ ଜେ କେ ଜେନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ତ୍ରିପାଠୀ, ଆଞ୍ଚଳିକ ନିର୍ଦ୍ଦେଶକ ଶାର୍ଦୁଲ ଜାଦବ ପ୍ରମୁଖ ଯୋଗଦେଇ ସାମିଲ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.