ETV Bharat / state

ପଚାମାଛ ପ୍ରକ୍ରିୟାକରଣ କମ୍ପାନୀ ସ୍ଥାପନକୁ ବିରୋଧ, ସମସ୍ୟାର ସ୍ଥାୟୀ ସମାଧାନ ଦାବି

author img

By

Published : Jul 25, 2023, 7:14 AM IST

ରେମୁଣା ପଚାମାଛ ପ୍ରକ୍ରିୟାକରଣ କମ୍ପାନୀ ସ୍ଥାପନ ଫଳରେ କ୍ଷତି ଆଶଙ୍କା କରି ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବହୁ ପୁରୁଖା ନେତା ଉପସ୍ଥିତ ରହିବା ସହ ପଚା ମାଛ ପ୍ରକ୍ରିୟାକରଣ ଦ୍ୱାରା ଅଞ୍ଚଳବାସୀଙ୍କ କ୍ଷତି ବାବଦରେ ଉପସ୍ଥାପନ କରିଥିଲେ।

ପଚାମାଛ ପ୍ରକ୍ରିୟାକରଣ କମ୍ପାନୀ ସ୍ଥାପନକୁ ବିରୋଧ

ବାଲେଶ୍ଵର: କାରଖାନା ଯୋଗୁ କ୍ଷତି ଆଶଙ୍କା କରି ସାମ୍ବାଳିକ ସମ୍ମିଳନୀ କରାଯାଇଛି । ରେମୁଣା ବ୍ଲକର ତୁଣ୍ଡରା ଗ୍ରାମରେ ସ୍ଥାପିତ ଫିସ୍‌ ମିଲ ଏବଂ ସୁସୁମୀ ପ୍ରସ୍ତୁତକାରୀ କାରଖାନା M/s Gadre Marine Export Pvt. Ltd ଦ୍ଵାରା ହେବାକୁ ଯାଉଥିବା ବ୍ୟାପକ କ୍ଷତି ଆଶଙ୍କା କରି ମାଆ ମାଟି ସୁରକ୍ଷା ମଞ୍ଚ ଏକ ପ୍ରେସ୍‌ମିଟ୍ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ପୁରୁଖା ନେତା ଉପସ୍ଥିତ ରହି ପଚା ମାଛ ପ୍ରକ୍ରିୟାକରଣ ଦ୍ୱାରା ଅଞ୍ଚଳବାସୀଙ୍କ କ୍ଷତି ବାବଦରେ ଉପସ୍ଥାପନ କରିଥିଲେ।

ସୂଚନା ଅନୁସାରେ, M/s Gadre Marine Export Pvt. Ltd ନାମକ କମ୍ପାନୀ ତୁଣ୍ଡରା ଗ୍ରାମପଞ୍ଚାୟତ ଜମିକ୍ରୟ କରି କଣ୍ଟିଆଚିରା ନଈ ପାଖରେ ଏକ ପଚାମାଛ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରିଛି । ପ୍ରାୟ ୧୫ଶହ ମେଟ୍ରିକ ଟନ୍ ପଚାମାଛକୁ ଧୋଇବା ଏବଂ ପ୍ରକ୍ରିୟାକରଣ କରି ସୁସୁମୀ ତିଆରି କରିବା ପାଇଁ ଏହି କମ୍ପାନୀ 3 ଲକ୍ଷ ଲିଟର ପାଣି ବୋରୱେଲ ସାହାଯ୍ୟରେ ଭୂତଳରୁ ଉତ୍ତୋଳନ କରିବ । ଏଥିପାଇଁ ୧୦ଟି ବଡ଼ ବୋରୱେଲ ଖୋଳିଥିବାବେଳେ ଆଉ ୧୦ଟି ଖୋଳା କାର୍ଯ୍ୟ ଚାଲିଛି । ଏତେ ପରିମାଣର ଭୂତଳ ଜଳ ଉତ୍ତୋଳନ କରିବା ଦ୍ବାରା ଏହି ଅଞ୍ଚଳରେ ପ୍ରାୟ ୨୦ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ସମସ୍ତ ଛୋଟ, ମଧ୍ୟମ ଓ ସରକାରୀ ଓ ଗଭୀର ନଳକୂପ ଶୁଖିଯିବା ସହିତ ପିଇବା ପାଣିର ଉତ୍କଟ ଅଭାବ ଦେଖାଦେବାର ଆଶଙ୍କା କରାଯାଇଛି ।

ଏପରିକି ଅଞ୍ଚଳବାସୀ ଚାଷ କାର୍ଯ୍ୟ କରିବା ପାଇଁ ମଧ୍ୟ ପାଣି ପାଇବେ ନାହିଁ ବୋଲି ପ୍ରେସମିଟରେ କୁହାଯାଇଛି । ପ୍ଲାବନ ଭୂମିରେ କୌଣସି ପ୍ରକାର ଗୃହ କିମ୍ବା କାରଖାନା ସ୍ଥାପନ କରା ନଯିବା ପାଇଁ ସରକାରଙ୍କ ସ୍ପଷ୍ଟ ଆଇନ ଥିବାବେଳେ ପ୍ରାୟ ୨୦ରୁ ୨୫ ପଞ୍ଚାୟତର ବର୍ଷାଜଳ ଏହି ଅଞ୍ଚଳ ଦେଇ କଣ୍ଟିଆଚିରା ନଇ ବାଟରେ ସମୁଦ୍ରକୁ ଯାଇଥାଏ । ଏହି କମ୍ପାନୀ ନିଜର କାରଖାନାକୁ Catchment Area ମଧ୍ୟରେ ଏବଂ ନଈର ଠିକ୍ ଆଡ଼ି ଉପରେ ପ୍ରତିଷ୍ଠା କରି ବର୍ଷାଜଳ ନିଷ୍କାସନର ମୁଖ୍ୟ ସ୍ରୋତକୁ ବନ୍ଦ କରିଦେଇଛି । କଣ୍ଟିଆଚିରା ନଈର କିଛି ଅଂଶକୁ ପୋତିଦେଇ ତାହାକୁ ନିଜ ଅକ୍ତିଆର ମଧ୍ୟକୁ ନେଇଯାଇଛି। ଫଳରେ ବର୍ଷାଋତୁରେ ଏହି କ୍ୟାଚମେଣ୍ଟ ଅଞ୍ଚଳ ଦେଇ ଜଳ ନିଷ୍କାସନ ହୋଇପାରିବ ନାହିଁ ଏବଂ ଲକ୍ଷଲକ୍ଷ ଲୋକେ ଏଥିପାଇଁ ପ୍ରଭାବିତ ହେବେ ବୋଲି ଅଭିଯୋଗ ହୋଇଛି।

ଏହା ପୂର୍ବରୁ ସମ୍ପୃକ୍ତ କମ୍ପାନୀ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ସ୍ଥିତ ମିରଜୋଲ ବ୍ଳକରେ ଏହି କାରାଖାନା ସ୍ଥାପନ କରିଥିଲା। ମାତ୍ର ଏହାର କ୍ଷତିକାରକ ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଏହାକୁ ବିରୋଧ କରି ତୀବ୍ର ଆନ୍ଦୋଳନ କରିବା ପରେ କାରଖାନା ବନ୍ଦ ହୋଇଥିଲା । ହେଲେ ଏଠାରେ ପ୍ରତିଷ୍ଠା ହୋଇଥିବା କାରଖାନାରେ ସେହି କାରଖାନାର ଯନ୍ତ୍ରାଂଶ ବୁହା ହୋଇ ଆସି ଲଗାଯାଇଛି । ଏହି ପୁରୁଣା ଯନ୍ତ୍ରାଂଶକୁ କାରଖାନାରେ ଲଗାଇବା ପାଇଁ କିଏ ଏବଂ କିଭଳି ଭାବରେ ଅନୁମତି ଦେଇଛି ସେନେଇ ତଦନ୍ତ କରାଯିବାକୁ ଦାବି ଜୋର ଧରିଛି ।

ଏହା ବି ପଢନ୍ତୁ...କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତ ଦାବି : ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ

ଏନେଇ ପୂର୍ବତନ ରେମୁଣା ବିଧାୟକ ପ୍ରଦୀପ ପଣ୍ଡା କହିଛନ୍ତି, "ଏହି କାରଖାନାର ଫରନେସ ଚାଲିବା ପାଇଁ ପ୍ରାୟ ଦୈନିକ ୫୦ ମେଟ୍ରିକ ଟନ୍‌ କୋଇଲା ବ୍ୟବହାର ହେବ । ଆଉ ଏହି କୋଇଲା ପାଉଁଶ ଉଡ଼ି ପାଖାପାଖି ଗ୍ରାମମାନଙ୍କର ଚାଷ ଜମିରେ ପଡ଼ିବା ଦ୍ଵାରା ଚାଷ ଜମି କ୍ଷତିଗ୍ରସ୍ତ ହେବ । କମ୍ପାନୀର ଜନବିରୋଧୀ କାର୍ଯ୍ୟ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ, ବାଲେଶ୍ବର ଜିଲ୍ଲାପାଳ, ଜଳସେଚନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ରେମୁଣା ତହସିଲଦାର, ରାଜ୍ୟ ମୁଖ୍ୟ ଶାସନ ସଚିବ, କୃଷି ସଚିବ, ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଏବଂ ସଚିବ, କେନ୍ଦ୍ର ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଏବଂ ସଚିବ, ରାଷ୍ଟ୍ରୀୟ ସବୁଜ ପ୍ରାଧିକରଣ (N.G.T.), ରାଜ୍ୟ ଅଗ୍ନିଶମ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଛି । ଏହାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆମ ଅଭିଯୋଗ ବିଷୟରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାନଗଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.