ETV Bharat / state

ଡେଙ୍ଗୁ ମୁକାବିଲା ପାଇଁ ବାଲେଶ୍ଵର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି - dengue

ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ପୁରା ପ୍ରସ୍ତୁତ ରହିଛି ବାଲେଶ୍ଵର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଡେଙ୍ଗୁ ମୁକାବିଲା ପାଇଁ ବାଲେଶ୍ଵର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି

author img

By

Published : Jul 31, 2021, 2:53 PM IST

ବାଲେଶ୍ଵର : ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ପୁରା ପ୍ରସ୍ତୁତ ରହିଛି ବାଲେଶ୍ଵର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଦୁଇଦିନ ତଳେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ପ୍ରଶାସନିକ ସ୍ତରରେ ତତ୍ପରତା ବଢିଛି। ଚିହ୍ନଟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ସୂଚନା ଦିଆଯାଇଛି। ତେବେ ବାଲେଶ୍ଵର ମେଡିକାଲରେ ସନ୍ଦେହ କରାଯାଉଥିବା ରୋଗୀମାନଙ୍କୁ ମଶାରୀ ଭିତରେ 10 ଦିନ ରହିବା ପାଇଁ ପରାମର୍ଶ ଦିଆଯାଉଥିବାବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଉଛି ।

ଡେଙ୍ଗୁ ମୁକାବିଲା ପାଇଁ ବାଲେଶ୍ଵର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି

ଏହାସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ସାଧାରଣ ଲୋକମାନେ ଡେଙ୍ଗୁ ପରୀକ୍ଷା ପାଇଁ ନମୁନା ଦେବାର ବନ୍ଦୋବସ୍ତ କରାଯାଇଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡେଙ୍ଗୁ ୱାର୍ଡର 20ଟି ବେଡ଼ ପ୍ରସ୍ତୁତ ହୋଇ ରହିଛି। ଅନ୍ୟପଟେ ଡେଙ୍ଗୁ ପାଇଁ ସଚେତନ ରଥ ବୁଲିବା ସହ ଆଶା ଅଙ୍ଗନବାଡି କର୍ମୀମାନେ ଲୋକଙ୍କୁ ସଚେତନ କରାଉଛନ୍ତି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.