ETV Bharat / state

ସରିଲା ଜଉକଣ୍ଢେଇ ଲଗ୍ନଧରା, 26ରେ ହେବ ବିବାହ

author img

By

Published : May 17, 2022, 6:57 PM IST

Updated : May 17, 2022, 8:18 PM IST

ବାଲେଶ୍ବର ସହରର ଲୋକପର୍ବ ଜଉ କଣ୍ଢେଇ ପାଇଁ ସରିଲା ଲଗ୍ନଧରା । ଆସନ୍ତା ୨୬ ତାରିଖରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଅଧିକ ପଢନ୍ତୁ

ସରିଲା ବାଲେଶ୍ବରର ଲୋକପର୍ବ ଜଉକଣ୍ଢେଇ ଲଗ୍ନଧରା, 26ରେ ହେବ ବିବାହ

ବାଲେଶ୍ବର: ଜଉକଣ୍ଢେଇ ବାହାଘର(Jau Kandhei marraige) ପାଇଁ ପାରମ୍ପରିକ ରୀତିନୀତି ଅନୁସାରେ ଲଗ୍ନଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବରର ନାମ ଜୟଦେବ ରଖାଯାଇଥିବାବେଳେ କନ୍ୟାର ନାମ ପଦ୍ମାବତୀ ରଖାଯାଇଛି। ଆସନ୍ତା ୨୬ ତାରିଖରେ ଜୟଦେବ ଓ ପଦ୍ମାବତୀଙ୍କ ଶୁଭ ବିବାହ ସମ୍ପନ୍ନ ହେବା ନେଇ ସ୍ଥିର ହୋଇଛି ।

ସରିଲା ଜଉକଣ୍ଢେଇ ଲଗ୍ନଧରା, 26ରେ ହେବ ବିବାହ

ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଦସ୍ୟମାନେ ସିନେମାଛକ ନିକଟରେ ଥିବା ସିଦ୍ଧିବିନାୟକ ମନ୍ଦିରରୁ ପୂଜା ସାରି କନ୍ୟାଘର ନିକଟକୁ ବାହାରିଥିଲେ । ପରେ ସେମାନେ ଯାଇ ମୋତିଗଞ୍ଜରେ ଥିବା ରାଧାକୃଷ୍ଣ ମନ୍ଦିର ନିକଟରେ ପହଁଞ୍ଚିଥିଲେ । ଚଳିତବର୍ଷ କନ୍ୟାଘର ଭାବରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନ ଓଡ଼ିଶା ପ୍ରଦେଶ ବାଲେଶ୍ବର ଶାଖାର ସଦସ୍ୟମାନେ ଦାୟିତ୍ବ ନେଇଛନ୍ତି ।

ସେମାନେ ପାରମ୍ପରିକ ରୀତିରେ କନ୍ୟା ପଦ୍ମାବତୀଙ୍କୁ ସଜବାଜ କରିବା ପରେ ଜଣେ ବ୍ରାହ୍ମଣ ପାରମ୍ପରିକ ରୀତିନୀତିରେ ଲଗ୍ନଧରା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ । ବରକର୍ତ୍ତା ଭାବେ କୃଷି ବିଭାଗର ପୂର୍ବତନ ଅଧିକାରୀ କୈଳାସ ଚନ୍ଦ୍ର ପରିଡ଼ା ଓ ତାଙ୍କ ପତ୍ନୀ ସୁପ୍ରିୟା ପରିଡ଼ା ଦାୟିତ୍ବ ଗ୍ରହଣ କରିଛନ୍ତି । କନ୍ୟା କର୍ତ୍ତା ଭାବେ ମଦାନ ସେରାୱାଗି ଓ ତାଙ୍କ ପତ୍ନି ଅଞ୍ଜୁ ସେରାୱାଗି ଦାୟିତ୍ବ ନିଭାଇଥିଲେ । ଏହି ଅବସରରେ ବରଘର ପକ୍ଷରୁ ଗଜା ଲଡ଼ୁ ଭାର କନ୍ୟାଘରକୁ ପ୍ରଦାନ କରାଯାଇଥିଲା ।

ସେହିଭଳି କନ୍ୟାପେଡ଼ିରେ ସମସ୍ତ ପ୍ରକାର ସାମଗ୍ରୀ ଦିଆଯାଇଥିଲା । କନ୍ୟାଘର ପକ୍ଷରୁ ଚଳିତ ବର୍ଷରେ ୧୦୧ଜଣ ନେତ୍ର ଦାନ ପାଇଁ ଡ଼ିମାଣ୍ତ କରାଯାଇଥିବାବେଳେ ବରଘର ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ଆର୍ଥିକ ଅନଗ୍ରସର ପରିବାରର ୨ଜଣା କନ୍ୟାଙ୍କୁ ବିବାହ କରାଇବା ପାଇଁ ଦାବି ରଖାଯାଇଛି । ଆସନ୍ତା ୨୬ ତାରିଖରେ ଜୟଦେବ ଓ ପଦ୍ମାବତୀଙ୍କ ଶୁଭ ବିବାହ ସମ୍ପନ୍ନ ହେବା ନେଇ ସ୍ଥିର ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 17, 2022, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.