ETV Bharat / state

ବହୁମୂଲ୍ୟ ତେଲିଆ ମାଛ ନିଲାମ, ଭିଡିଓ ଭାଇରାଲ

author img

By

Published : Sep 20, 2022, 10:45 PM IST

୩ କିଲୋ ଓଜନର ତେଲିଆ ମାଛ ଦାମ ୧୯ ହଜାର । ବଳରାମଗଡ଼ି ମାଛମରା କେନ୍ଦ୍ରରେ ନିଲାମ ହେଲା ତେଲିଆ ମାଛ । ଏଭଳି ଏକ ମାଛର ନିଲାମ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ବହୁମୂଲ୍ୟ ତେଲିଆ ମାଛ ନିଲାମ, ଭିଡିଓ ଭାଇରାଲ
ବହୁମୂଲ୍ୟ ତେଲିଆ ମାଛ ନିଲାମ, ଭିଡିଓ ଭାଇରାଲ

ବାଲେଶ୍ବର: ୩ କିଲୋ ଓଜନର ତେଲିଆ ମାଛ ଦାମ ୧୯ ହଜାର । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ବଳରାମଗଡ଼ି ମାଛମରା କେନ୍ଦ୍ରରେ ନିଲାମ ହେଲା ତେଲିଆ ମାଛ । ସାଧାରଣତଃ ଏହି ପ୍ରଜାତିର ମାଛ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । କୁହାଯାଏ ଯେଉଁ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡ଼େ ତାଙ୍କ ଭାଗ୍ୟ ଖୋଲିଯାଏ । ବର୍ତ୍ତମାନ ବଳରାମଗଡ଼ି ମାଛମରା କେନ୍ଦ୍ରରେ ଏଭଳି ଏକ ମାଛର ନିଲାମ୍‌ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ବହୁମୂଲ୍ୟ ତେଲିଆ ମାଛ ନିଲାମ, ଭିଡିଓ ଭାଇରାଲ

ତେଲିଆ ମାଛର ଅନେକ ଔଷଧୀୟ ଗୁଣ ରହିଛି । ଯେଉଁ ମାଛ ପେଟରେ ଅଧିକ ପୁଟି ଥାଏ ସେହି ମାଛର ଦାମ ଅଧିକ ହୋଇଥାଏ । ସେଥିପାଇଁ ଅନେକ ଔଷଧ କମ୍ପାନୀ ଏହି ମାଛର ସନ୍ଧାନରେ ରହିଥାଆନ୍ତି । ମଙ୍ଗଳବାର ବଳରାମଗଡ଼ି ମାଛମରା କେନ୍ଦ୍ରରେ ଏଭଳି ଏକ ମାଛ ଦେଖିବାକୁ ମିଳିଥିଲା । ତେବେ ମାଛ ନିଲାମ ବେଳେ ଏହାର ମୂଲ୍ୟ ଢେର୍‌ ଅଧିକ ହୋଇ ଯାଇଥିଲା । ଏହି ୩ କିଲୋଗ୍ରାମ ମାଛ ନେବାକୁ ବ୍ୟବସାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନିଲାମରେ ମାଛମୂଲ୍ୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଶେଷରେ ମାଛଟି ୧୯ ହଜାର ୨୦୦ ଟଙ୍କାରେ ବିକ୍ରି ହୋଇଥିଲା । ପଶ୍ଚିମବଙ୍ଗର ଜଣେ ବେପାରୀ ଏହାକୁ କିଣି ନେଇଥିବା ଜଣା ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ: ଜାଲରେ ପଡିଲା ବିଶାଳ ମାଛ, ଦାମ ୧୩ ଲକ୍ଷ

ଗତ ଜୁନ ମାସରେ କଲିକତାର ମତ୍ସ୍ୟଜୀବଙ୍କ ଜାଲରେ ପଡିଥିଲା ୫୫ କିଲୋଗ୍ରାମର ତେଲିଆ ଭୋଲା ମାଛ । ମାଛଟିକୁ ୧୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ମାଛ ବେପାରୀ । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରର ଦିଘା ଠାରେ ଏହି ବିଶାଳ ତେଲିଆ ମାଛଟି ଜାଲରେ ପଡିଥିଲା । ଏହାପରେ ଦକ୍ଷିଣ ଚବିଶ ପ୍ରାଗଣାର ସ୍ଥାନୀୟ ବାସିନ୍ଦା ଶିବାଜୀ କବୀର ଏହି ମାଛକୁ ନିଲାମ ପାଇଁ ଦିଘାକୁ ଆଣିଥିଲେ । ତିନି ଘଣ୍ଟା ବିଡିଂ ପରେ ଏହି ମାଛକୁ ୧୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । ଯାହାର କିଲୋଗ୍ରାମ ପିଛା ୨୬ ହଜାର ଟଙ୍କା ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଜାଲରେ ପଡ଼ିଲା ୩ ଲକ୍ଷ ୧୦ହଜାର ଟଙ୍କାର ତେଲିଆ ମାଛ

ସେହିପରି ଭଦ୍ରକରେ ଗତ ଜୁଲାଇ ମାସରେ ମତ୍ସ୍ୟଜିବୀଙ୍କ ଜାଲରେ ମୂଲ୍ୟବାନ ତେଲିଆ ମାଛ ପଡିଥିଲା । ଏହି ମାଛଟିର ଓଜନ ଥିଲା ୩୨ କେଜି । ତାଳଛୁଆ ଅଞ୍ଚଳର ହାପିଜି ଉଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ମାଛଧରା ବୋଟରେ ଏହି ମାଛ ପଡ଼ିଥିଲା । ମାଛ ଧରାଯିବା ପରେ ଏହାକୁ କଲିକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ କିଣି ନେଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଚନ୍ଦିନୀପାଳ ଜେଠୀ ମତ୍ସ୍ୟ ପୋତାଶ୍ରୟରେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.