ETV Bharat / state

ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକଙ୍କୁ ବାଲେଶ୍ଵରରେ ସମ୍ମାନ - ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକ

ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକଙ୍କୁ ବାଲେଶ୍ଵରରେ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକଙ୍କୁ ବାଲେଶ୍ଵରରେ ସମ୍ମାନ

author img

By

Published : Apr 15, 2022, 1:05 PM IST

ବାଲେଶ୍ୱର: ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ଭାବେ ଘରେ ଘରେ ପରିଚିତ ପ୍ରଣବ ପଟ୍ଟନାୟକ । ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶାନ୍ତିକାନନ ଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ସାଧକ ଡ. ପ୍ରଣବ କିଶୋର ପଟ୍ଟନାୟକ ଯୋଗ ଦେଇଥିଲେ । ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକଙ୍କୁ ବାଲେଶ୍ଵରରେ ସମ୍ମାନରେ ସମ୍ମାନିତ କରାଯାଇଛି ।

କାର୍ଯ୍ୟକ୍ରମରେ ସୁପରହିଟ ଗୀତ ମାଝୀରେ ଶେଷ ଶ୍ରାବଣ ଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ ପ୍ରଣବ ପଟ୍ଟନାୟକ । ଏହି ଅବସରରେ ପ୍ରଣବଙ୍କ ବହୁତ ଗୀତ ପରିବେଷଣ କରାଯାଇଥିଲା । ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଓ ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପଟ୍ଟନାୟକଙ୍କୁ ପରିଷଦ ତରଫରୁ ‘ସଙ୍ଗୀତ ସୁଧାନିଧି’ ଉପାଧି ପ୍ରଦାନ କରାଯାଇଛି ।

୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ । ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ପ୍ରଣବ । ଲକ୍ଷେ ଶିବ ପୂଜି ପାଇଛି ପୁଅ, ତୁଣ୍ଡ ବାଇଦ, ଘର ମୋର ସ୍ବର୍ଗ, ବାଲିଘର, କୃଷ୍ଣସୁଦାମା ଆଦି 50ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ପୂର୍ବରୁ ଜୟଦେବ ପୁରସ୍କାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ ମଧ୍ୟ ପାଇଛନ୍ତି ପ୍ରଣବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.