ETV Bharat / state

ପାଣିଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ, କାମ ବନ୍ଦ କରାଇଲେ ଗ୍ରାମବାସୀ - ନିମ୍ନମାନର କାର୍ଯ୍ୟ

ନିର୍ମାଣଧିନ ପମ୍ପ ହାଉସ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଜିଲ୍ଲାର ଖଇରା ବ୍ଲକ ଗୋବିନ୍ଦପୁର ଗାଁରେ । ଅଧିକ ପଢନ୍ତୁ......

ପାଣିଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ, କାମ ବନ୍ଦ କରାଇଲେ ଗ୍ରାମବାସୀ

author img

By

Published : Oct 21, 2021, 11:48 AM IST

ବାଲେଶ୍ଵର: ନିର୍ମାଣଧିନ ପମ୍ପ ହାଉସ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଜିଲ୍ଲାର ଖଇରା ବ୍ଲକ ଗୋବିନ୍ଦପୁର ଗାଁରେ । ଗୋବିନ୍ଦପୁର ଗ୍ରାମରେ ଏକ ପାଣିଟାଙ୍କି ତିଆରି ପାଇଁ ୭୨ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏଥିପାଇଁ ଠିକା କାର୍ଯ୍ୟରେ ନିୟୋଜିତ ହୋଇଥିଲେ କଟକର ଠିକାଦାର ଶିବାନନ୍ଦ ବେହେରା । ଏହି ନିର୍ମାଣକାର୍ଯ୍ୟ ୮ ମାସ ମଧ୍ୟରେ ଶେଷ କରିବାକୁ କୁହାଯାଇଥିବା ବେଳେ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଛି । ଟାଙ୍କି ନିର୍ମାଣ ପାଇଁ ସିମେଣ୍ଟ, ରଡ଼ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରାଇଛନ୍ତି।

ପାଣିଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ, କାମ ବନ୍ଦ କରାଇଲେ ଗ୍ରାମବାସୀ

ସମ୍ପୃକ୍ତ ଠିକାଦାର ନିର୍ମାଣ କାର୍ଯ୍ୟରେ ଉନ୍ନତ ମାନର କଞ୍ଚାମାଲ ବ୍ୟବହାର କରିବାର ପ୍ରତିଶ୍ରୁତି ଦେବାପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କର ବାପା ଚନ୍ଦନ ବେହେରା ଏହି କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଥିଲା । ଏନେଇ ଚନ୍ଦନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି କାର୍ଯ୍ୟରେ ବ୍ୟବହାର ହେଉଥିବା ସମସ୍ତ କଞ୍ଚାମାଲ ବାବଦରେ ଯନ୍ତ୍ରୀ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହୋଇଛି।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.