ETV Bharat / state

ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ

author img

By

Published : Nov 16, 2021, 7:46 PM IST

Updated : Nov 16, 2021, 8:13 PM IST

ବାଲେଶ୍ଵର ସହରର ପୁରୁଣା ବାଲେଶ୍ଵର ଅଞ୍ଚଳରେ ବହୁଳ ଭାବେ ଚୋରା ମଦ କାରବାର ତଥା ଦେଶୀ ମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଚଢାଉ । ଅଧିକ ପଢନ୍ତୁ

police raid old Baleshwar area, large quantity of liquor was confiscated
ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ

ବାଲେଶ୍ଵର: ସହରର ପୁରୁଣା ବାଲେଶ୍ଵର ଅଞ୍ଚଳରେ ବହୁଳ ଭାବେ ଚୋରା ମଦ କାରବାର ତଥା ଦେଶୀ ମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଚଢାଉ । ଦେଶୀ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗର ଅଧିକାରୀ ଅଚନାକ ପହଞ୍ଚି ଯାଇଥିଲେ।

ଫଳରେ ଅବକାରୀ ବିଭାଗର ଅଧିକାରୀ, ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ ସହ ଦେଶୀମଦ ଜବତ କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ଵର ଅବକାରୀ ବିଭାଗ, ଟାଉନ ପୋଲିସ, ଚାନ୍ଦିପୁର ପୋଲିସ, ବନବିଭାଗ ମିଳିତ ଭାବେ ପୁରୁଣା ବାଲେଶ୍ଵରରେ ଚଢ଼ାଉ କରିଥିଲେ।

ଏଥିରେ ଦୁଇଜଣ ଡିଏସପି ସମେତ 3 ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ। ସେଠାରେ ଥିବା ଦେଶୀ କାରଖାନାରେ ଚଢ଼ାଉ କରାଯାଇ 91 ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଯାହାର ଦାମ 45 ଲକ୍ଷ 50 ହଜାର ଟଙ୍କା ହେବବୋଲି ଜଣାପଡ଼ିଛି।

ସେହିପରି 8ହଜାର ଲିଟର ଦେଶୀ ମଦ ଜବତ ଜବତ କରାଯାଇଛି। ଯାହାର ମୂଲ୍ୟ 8 ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି। ଏହି ଘଟଣାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ 10ଟି ମାମଲା ରୁଜୁ କରାଯାଇଥିବା ବେଳେ ବେପାରିମାନେ ଫେରାର ହୋଇ ଯାଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 16, 2021, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.