ETV Bharat / state

ମାସ୍କ ଓ ହେଲମେଟ ନେଇ ପୋଲିସ-ଜନତା ମୁହାଁମୁହିଁ - ନୀଳଗିରିରେ ପୋଲିସ ଜନତାଙ୍କ ମଧ୍ୟରେ ଉତ୍ତେଜନା

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ମାସ୍କ ଏବଂ ହେଲମେଟ ପିନ୍ଧିବାକୁ ନେଇ ପୋଲିସ-ଜନତା ମୁହାଁମୁହିଁ । ଅଧିକ ପଢନ୍ତୁ...

ପୋଲିସ-ଜନତା ନିୟମ ଶିଖାଶିଖି
ପୋଲିସ-ଜନତା ନିୟମ ଶିଖାଶିଖି
author img

By

Published : May 4, 2021, 4:47 PM IST

ବାଲେଶ୍ଵର: ପୋଲିସ ଓ ଜନତାଙ୍କ ମଧ୍ୟରେ ନିୟମ ପାଳନକୁ ନେଇ ଉତ୍ତେଜନା । ଜନତା ନିୟମ ଉଲ୍ଲଙ୍ଘନ କରୁଥିବା ପୋଲିସ ଅଭିଯୋଗ କରି ଥିବାବେଳେ ପୋଲିସ ନିୟମ ଉଲ୍ଲଙ୍ଘନ କରୁଛି ବୋଲି ଜନତାଙ୍କ ଅଭିଯୋଗ । ଏପରି ଉଭୟ ଉଭୟଙ୍କୁ ନିୟମ ଶିଖାଇବା ମଧ୍ୟରେ ବାଲେଶ୍ବର ନୀଳଗିରି ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା ।

ପୋଲିସ-ଜନତା ନିୟମ ଶିଖାଶିଖି

ସୂଚନା ଅନୁଯାୟୀ, ନୀଳଗିରି କଚେରୀ ବଜାରରେ ବାଲେଶ୍ଵର ଅଞ୍ଚଳର କିଛି ଯୁବକ ଏକ ଗାଡିରେ ବସିଥିଲେ । ଏହି ସମୟରେ ପୋଲିସ ଆସି ମାସ୍କ ପିନ୍ଧିନଥିବା ଅଭିଯୋଗରେ ସେମାନଙ୍କ ଉପରେ ଫାଇନ୍ ପକାଇଥିଲା । ସେହିପିର ଉକ୍ତ ଯୁବକମାନେ ପୋଲିସ ବିନା ହେଲମେଟରେ କିପରି ବୁଲୁଛି ବୋଲି ଯୁକ୍ତି କରିବା ସହ ଫାଇନ ଆଦାୟକୁ ମଧ୍ୟ ବିରୋଧ କରିଥିଲେ । ଏହାକୁ ନେଇ ପୋଲିସ ଓ ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଠୋଲାପେଲା ହୋଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.