ETV Bharat / state

Manjarigaon Robbery Case: ଟ୍ରେନ ବଗିରୁ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Oct 30, 2023, 8:11 PM IST

ମଞ୍ଜରିଗାଁ ଡକାୟତି ମାମଲାରେ ୯ ଅଭିଯୁକ୍ତଙ୍କୁ ଗିରଫ । ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ କଟକ ରେଳଷ୍ଟେସନରେ ଚଢ଼ାଉ କରି ଟ୍ରେନ ବଗିରୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ମଞ୍ଜରିଗାଁ ଡକାୟତି ମାମଲା
ମଞ୍ଜରିଗାଁ ଡକାୟତି ମାମଲା
ମଞ୍ଜରିଗାଁ ଡକାୟତି ମାମଲା

ବାଲେଶ୍ୱର: ଖନ୍ତାପଡ଼ା ଥାନା ଅଧିନ ମଞ୍ଜରିଗାଁ ଡକାୟତି ମାମଲାରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଡକାୟତିରେ ବ୍ୟବହାର ହୋଇଥିବା ବିଭିନ୍ନ ସାମଗ୍ରୀ ସମେତ ସୁନା ଗହଣା ଓ ଟଙ୍କା ଜବତ କରାଯାଇଛି । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମଞ୍ଜରୀଗାଁର ଗୌରୀ ଶଙ୍କର ଶତପଥୀଙ୍କ ବାସଭବନରେ ଗତ ୨୬ ତାରିଖ ସନ୍ଧ୍ୟାରେ ଆଠ ଜଣ ଡକାୟତ ପଶିଥିଲେ । ମାରଣାସ୍ତ୍ର ଦେଖାଇବା ସହ ପେପର ସ୍ପ୍ରେ କରି ଘର ଲୋକଙ୍କୁ ଭୟଭୀତ କରାଇବା ସହ ମହିଳାମାନଙ୍କୁ ମାଡ଼ ମାରିଥିଲେ । ଡକାୟତମାନେ ମହିଳାମାନଙ୍କ ବେକରୁ ସୁନା ଓ ରୂପା ଅଳଙ୍କାର, ଆଲମାରୀରୁ ନଗଦ ଆଠ ହଜାର ଟଙ୍କା, ମୋବାଇଲ ଫୋନ ଆଦି ଡକାୟତି କରିଥିଲେ । ଏନେଇ ଗୌରୀ ଶଙ୍କର ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଖନ୍ତାପଡ଼ା ଥାନା ପୋଲିସ ୨୩୬/୨୦୨୩ ମାମଲା ରୁଜୁ କରି ଡକାୟତମାନଙ୍କୁ ଧରିବା ପାଇଁ ରେଳବାଇ ପୋଲିସ, ଆରପିଏଫ୍ ଓ କଟକ ଡିସିପିଙ୍କ ସହାୟତା ଲୋଡିଥିଲେ । ଅପରାଧୀମାନେ ଅପରାଧ ଘଟାଇବା ପରେ ଟ୍ରେନ ଯୋଗେ ବେଙ୍ଗାଲୁରୁ ଅଭିମୁଖେ ଚାଲିଯିବା ପାଇଁ ଯୋଜନା କରୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ତେବେ ଡକାୟତମାନଙ୍କୁ କଟକ ରେଳବାଇ ଥାନା ପୋଲିସ କଟକ ରେଳଷ୍ଟେସନରେ ଚଢ଼ାଉ କରି ଟ୍ରେନ ବଗିରୁ ଗିରଫ କରିଥିଲା । ଏହାସହ ସୁନା ଅଳଙ୍କାର ସହ ମୋଟ ନଅ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଡକାୟତମାନଙ୍କୁ ଗିରଫ କରାଯାଇଛି । ଗିରଫ ଡକାୟତମାନଙ୍କ ପାଖରୁ ତିନୋଟି ବାଇକ୍, ଗୋଟିଏ ଲାପଟପ୍, ଆଠଟି ମୋବାଇଲ ଫୋନ୍ ଏବଂ ଡକାୟତିରେ ବ୍ୟବହୃତ ଦୁଇଟି ଛୁରୀ ଓ ନଗଦ ଆଠ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଲୁଟ ହୋଇଥିବା ଅଳଙ୍କାର ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଲୁଟ ସୁନାକୁ କିଣୁଥିବା ଗ୍ରାହକ ରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ.......ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପୂର୍ବରୁ ଆଦିତ୍ୟ ମହାରଣା ନାମକ ଜଣେ ସୁନା ଅଳଙ୍କାର ବ୍ୟବସାୟୀ ମାଲଗୋଦାମରୁ କଟକ କଲେଜ ଛକ ଦେଇ ଓଏମପି ଆଡକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ୭ ଜଣ ଡକାୟତ ରେଳବାଇ ଓଭରବ୍ରିଜ ଉପରେ ଆଦିତ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ସାଢ଼େ ୭ ଲକ୍ଷ ଟଙ୍କା କ୍ୟାସ, ସେ ପିନ୍ଧିଥିବା ସୁନା ଚେନ ଓ ବାଇକ ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଲୁଟ ଶିକାର ହୋଇଥିବା ବ୍ୟକ୍ତି ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । କଟକ ମାଲଗୋଦାମ ପୋଲିସର ଛାନଭିନ ପରେ 6 ଜଣ ଡକାୟତଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.