ETV Bharat / state

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ମରାମତି କଲେ ରାସ୍ତା - people repaired their village road in balasore

ବାରମ୍ବାର ପ୍ରଶାସନକୁ ଗୁହାରି କରି ଶେଷରେ ନିଜେ ରାସ୍ତା ମରାମତି କରିଛନ୍ତି ବାସୁଦେବପୁର ଗ୍ରାମବାସୀ।

balasore
ରାସ୍ତା ମରାମତି କଲେ ଗ୍ରାମବାସୀ
author img

By

Published : Aug 14, 2020, 8:35 PM IST

ବାଲେଶ୍ବର: ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ନିଜେ ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡିଲେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାସୁଦେବପୁର ଗ୍ରାମବାସୀ।

ରାସ୍ତା ମରାମତି କଲେ ଗ୍ରାମବାସୀ

ଖାଲଖମାରେ ପରିପୂର୍ଣ୍ଣ ରାସ୍ତାର ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରି ଶେଷରେ ନିଜେ ରାସ୍ତା ମରାମତି କରିଛନ୍ତି ବାସୁଦେବପୁର ଗ୍ରାମବାସୀ। କୁରୁଣ୍ଟା ବଜାରରୁ ବାସୁଦେବପୁର ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିଲା।

ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟତ ଅତ୍ୟନ୍ତ ଅସୁବିଧା ହେଉଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଶେଷରେ ଗ୍ରାମର ଯୁବକମାନେ ଏକଜୁଟ ହୋଇ ରାସ୍ତା ମରାମତି କରିଛନ୍ତି। ଯୁବକମାନଙ୍କ ଏତାଦୃଶ କାର୍ଯ୍ୟ ସ୍ଥାନୀୟ ପ୍ରଶାସନର ମାନମୁଖୀ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.