ବାଲେଶ୍ବର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ଚଳଚଞ୍ଚଳ ହୋଇଛି ବାଲେଶ୍ଵର ସହର । ହେଲେ ଇତିମଧ୍ୟରେ ଲୋକେ ଭୂଲି ଯାଇଥିଲେ କୋରୋନା ମହାମାରୀ ପାଇଁ ଜାରି ହୋଇଥିବା ଗାଇଡ଼ଲାଇନକୁ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସହରର ଫାଣ୍ଡି ଛକରେ ଥିବା ଫଳ ବଜାରରେ ।
ସାବିତ୍ରୀ ପାଇଁ ଏହି ବଜାରରେ ଜମିଥିଲା ଲୋକଙ୍କ ଭିଡ଼ । ଏଠାରେ ଲୋକେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ନିୟମକୁ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା । ଫାଣ୍ଡି ଛକରୁ ନୂଆ ବଜାର ଯାଏଁ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଏବେ ବି କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରି ରହିଥିବା ବେଳେ ବଜାରରେ ଏମିତି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ