ETV Bharat / state

ଖଇରା-ଔପଦା ରାସ୍ତା ନିର୍ମାଣରେ ବିଳମ୍ବ, ଦୁର୍ନୀତି ହେଉଥିବା ଆସିଲା ଅଭିଯୋଗ - ବାଲେଶ୍ବର ଖବର

ଗଣ୍ଡିବେଡ଼ରୁ ଔପଦାକୁ ଯିବା ପାଇଁ ନାହିଁ ସୁରକ୍ଷିତ ରାସ୍ତା । ଯାତାୟତକୁ ନେଇ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

delay in oupada construction work
ଗଣ୍ଡିବେଡ଼ରୁ ଔପଦାକୁ ନାହିଁ ରାସ୍ତା ରାସ୍ତା
author img

By

Published : Jan 12, 2023, 7:03 PM IST

Updated : Jan 12, 2023, 9:31 PM IST

ଗଣ୍ଡିବେଡ଼ରୁ ଔପଦାକୁ ନାହିଁ ରାସ୍ତା ରାସ୍ତା

ବାଲେଶ୍ବର : ଶୁଣୁନି ପ୍ରଶାସନ, ତିଆରି ହୋଇପାରୁନି ରାସ୍ତା । ଫଳରେ ଯାତାୟତକୁ ନେଇ ସମସ୍ୟା ଭୋଗୁଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଓ ଔପଦା ଗ୍ରାମବାସୀ । ଏହି ୨ଟି ଗାଁକୁ ଯିବାପାଇଁ ରାସ୍ତା ନଥିବାରୁ ଗାଁ ଲୋକେ ନାନା ହଇରାଣ ହେଉଛନ୍ତି । କେବେ ହେବ ଗଣ୍ଡିବେଡ଼ରୁ ଔପଦା ଯିବାକୁ ରାସ୍ତା ସେନେଇ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ ।

ସୂଚନାନୁସାରେ ରାଜ୍ୟସରକାର ସଡ଼କ ଓ ପରିବହନ ଦିଗରେ ଅନେକ ଉନ୍ନତି କଥା ଚିନ୍ତା କରୁଛନ୍ତି । ଏଥିଲାଗି ଗାଁରୁ ସହର ସବୁଠି ରାସ୍ତା ସୁବିଧା କରାଯାଉଛି । ହେଲେ ସରକାରଙ୍କ ଯୋଜନା ଏଠାରେ ଫେଲ୍‌ ମାରିଛି । ଫଳରେ ଗଣ୍ଡିବେଡ଼ରୁ ଔପଦା ଯିବାଆସିବା ସମୟରେ ବହୁ ଅସୁବିଧା ହେଉଛି ।

ରାସ୍ତାର ପ୍ରଶସ୍ତିକରଣ କରାଯାଉଛି । ରାସ୍ତା କଡରେ ଦୋକାନ କରି ପେଟ ପୋଷୁଥିବା ଦୋକାନୀମାନଙ୍କୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସବୁ ପରେ ବି ଯେଉଁ ରାସ୍ତା ନିର୍ମାଣ ପାଇଁ ଅନେକଗୁଡିଏ ଗଛ କିମ୍ବା ଦୋକାନ ଉଚ୍ଛେଦ ହେଉଛି ସେହି ରାସ୍ତା ନିର୍ମାଣ ଏଯାଏଁ ହୋଇପାରିନି । ଠିକାଦାରଙ୍କ ମନମୁଖୀରେ ରାସ୍ତା ନିର୍ମାଣ ହେଉଥିବାରୁ ତାହା ଏଯାଏଁ ସରିପାରିନି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ରୁ ଔପଦା ରାସ୍ତା ନିର୍ମାଣରେ ସାମ୍ନାକୁ ଆସିଛି ଏଭଳି ।

ଗଣ୍ଡିବେଡରୁ ଔପଦା ୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ମଞ୍ଜୁରୀ ମିଳିଥିଲା । ଗତ ଜୁଲାଇ ମାସରେ ସିମୁଳିଆ ବିଧାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରାୟ ଏକମାସ ପରେ ସମ୍ପୃକ୍ତ ଠିକାଦାର ବର୍ଷା ଦିନରେ ମଧ୍ୟ ରାସ୍ତାର ଦୁଇକଡ଼ରେ ଚିପ୍ସରେ ସିମେଣ୍ଟ ମିଶାଇ ପ୍ୟାକ୍‌ ଦେଇଥିଲେ। ସେବେଠାରୁ ରାସ୍ତା କାମ ଚାଲୁଥିବା ବେଳେ ଏବେ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ପୋଲ ଓ କଲଭର୍ଟ ନିର୍ମାଣ । କଲଭର୍ଟ ଓ ପୋଲ କାମ ଚାଲିଥିବା ବେଳେ ବ୍ୟବହୃତ ଚିପ୍ସ, ରଡ, ବାଲି ଓ ସିମେଣ୍ଟ ନିମ୍ନମାନର ହୋଇଥିବାରୁ କଲଭର୍ଟର ସ୍ଥାୟିତ୍ଵ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାସ୍ତାର ଗୋଟିଏ ପଟେ କାମ ଚାଲୁ ରଖି ଅନ୍ୟପଟ ଯାତାୟାତ ପାଇଁ ବ୍ୟବସ୍ଥା କରିବାକୁ ଥିବା ବେଳେ ଏବେ କେଉଁପଟେ ଯାତ୍ରୀ ଯିବେ ସେ ନେଇ ଦ୍ଵନ୍ଦ୍ୱରେ ରହୁଛନ୍ତି । କେଉଁଠି ବି କୌଣସି ପ୍ରକାରର ସାଇନ ବୋର୍ଡ କିମ୍ବା ଗତି ବଦଳାଇବା ଚିତ୍ର ଲଗା ଯାଇନାହିଁ । ସେହିଭଳି ବୁଢ଼ା ଗଡ଼ିଆ ବଜାରର ପ୍ରବେଶ ପଥରେ ଥିବା ପୁରୁଣା ପୋଲକୁ ଭାଙ୍ଗି ନୂତନ ଭାବେ ଓସାରିଆ ପୋଲ ନିର୍ମାଣ ହେଉଛି ।

ମାତ୍ର ଏହି ପୋଲ କାର୍ଯ୍ୟ ଚାଲୁଥିବା ବେଳେ କୌଣସି ବୋର୍ଡ ଲଗାଯାଇ ନଥିବାରୁ ଅନେକ ସମୟରେ ଲୋକମାନେ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ଫୁଙ୍ଗୁଳା ଅଧାପନ୍ତରିଆ ପୋଲ ଉପରେ ଯିବା ଆସିବା ସୁବିଧା କରାଯାଇଥିବା ବେଳେ ବାଲିବସ୍ତାରେ ବ୍ୟାରିକେଡ ଦେଇ ପୋଲ ନିର୍ମିତ ହୋଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ମେସିନଗୁଡିକ ରାତିବେଳା ରାସ୍ତା କଡରେ ଠିଆ କରିବା ଯୋଗୁଁ ଏହା ଦୁର୍ଘଟଣାର ଆଶଙ୍କା ରହୁଛି । ତେବେ 12 କୋଟି ଟଙ୍କାର ଏହି ପ୍ରକଳ୍ପ ପାଣିରେ ମିଶି ନଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 12, 2023, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.