ETV Bharat / state

ପଟ୍ଟଚିତ୍ରରେ କଳାଠାକୁରଙ୍କ ଦୁର୍ଲଭ ବେଶ, ଛାତ୍ର ପାଇଲେ ପରିଚୟ - ବାଲେଶ୍ବରର ପଟ୍ଟଚିତ୍ରଶିଳ୍ପୀ

ଶିକ୍ଷା ଯୁକ୍ତ ଦୁଇ ହେଲେ ନିଶା କିନ୍ତୁ ପଟ୍ଟଚିତ୍ର ଶୀଳ୍ପୀ ହେବା । ଆଉ ତାଙ୍କର ଏହି ନିଶା ଆଜି ତାଙ୍କୁ ଏକ ପରିଚୟ ଦେଇପାରିଛି । ବାପା, ମା ଏବଂ ସମ୍ପର୍କୀୟଙ୍କ ପ୍ରୋତ୍ସାହନ ଏବଂ ଆଶୀର୍ବାଦ ତାଙ୍କୁ ଆଗକୁ ବଢିବା ପାଇଁ ସାହସ ଦେଇଛି । ରାତି ପାହିଲେ ରଙ୍ଗତୁଳୀ ଧରି ବସି ପଡ଼ନ୍ତି ପଟ୍ଟଚିତ୍ର ଆଙ୍କିବାକୁ । ଆଉ ସେଇ ରଙ୍ଗ ତୁଳୀରେ ଆଙ୍କି ହୋଇଥିବା ବିଭିନ୍ନ ପଟ୍ଟଚିତ୍ରକୁ ଦେଖିଲେ ଆଖି ଖୋସି ହେଇଯାଉଛି । ଅଧିକ ପଢ଼ନ୍ତୁ

ପଟ୍ଟଚିତ୍ରରେ କଳାଠାକୁର, ଛାତ୍ର ପାଇଲେ ପରିଚୟ
ପଟ୍ଟଚିତ୍ରରେ କଳାଠାକୁର, ଛାତ୍ର ପାଇଲେ ପରିଚୟ
author img

By

Published : Jul 9, 2022, 5:54 PM IST

ବାଲେଶ୍ବର: ଆଜିର ଅତ୍ୟାଧୁନିକ ଯୁଗରେ ଅତ୍ୟାଧୁନିକ ଚିତ୍ରକଳା ଭିତରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଚଳାଇଛନ୍ତି ପ୍ରୟାସ । ପାଠପଢ଼ା ଠାରୁ ଅଧିକ ଆଗ୍ରହ ଓ ଉତ୍ସାହ ନେଇ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ଆଙ୍କିବାରେ କରୁଛନ୍ତି ମନୋନିବେଶ । ପଟ୍ଟଚିତ୍ର ଅତ୍ୟନ୍ତ ସୂକ୍ଷ୍ମ ଚିତ୍ରକଳା ହୋଇଥିବା ବେଳେ ଅତ୍ୟାଧୁନିକ ଚିତ୍ର ସହଜ ହୋଇଥାଏ । ମାତ୍ର ସେ ଅତି ନିଖୁଣ ଭାବେ ପଟ୍ଟଚିତ୍ର ଆଙ୍କିବାରେ ପୁରା ମାହିର। ଚିତ୍ରକଳା କଲେଜରୁ ଯୁକ୍ତଦୁଇ ପାସ କରିବା ପରେ ପଟିଦିଅଁ ବା ପଟ୍ଟଚିତ୍ର ଆଙ୍କିବାର ଜୁନୁନ ତାଙ୍କୁ ଦେଇଛି ସ୍ୱୀକୃତି । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଧୋବେଇତି ଗାଁର ଭବାନୀ ଶଙ୍କର ନାୟକ ।

ପଟ୍ଟଚିତ୍ରରେ କଳାଠାକୁର, ଛାତ୍ର ପାଇଲେ ପରିଚୟ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପରେ ତାଙ୍କୁ ଜ୍ୱର ହୋଇଥାଏ । ଏଥିପାଇଁ ମହାପ୍ରଭୁ ଅଣସରରେ ରହିଥାନ୍ତି। ଏହି ସମୟରେ ମହାପ୍ରଭୁ ପଟିଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଆଙ୍କିବା ପାଇଁ ସ୍ୱତନ୍ତ୍ର ଭାବେ ଶିଳ୍ପୀମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି । ଧୁଆ ଲୁଗା ସାଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ରହି ଆମିଷ ଓ ପିଆଜ ରସୁଣ ବର୍ଜନ କରି କେବଳ ସକାନ୍ନ ଭକ୍ଷଣ କରି ଶିଳ୍ପୀମାନେ ମହାପ୍ରଭୁଙ୍କ ପଟିଦିଅଁ ଆଙ୍କିଥାନ୍ତି । ଏଥିପାଇଁ ଶିଳ୍ପୀମାନଙ୍କୁ ପବିତ୍ର ଅକ୍ଷ ତୃତୀୟା ଠାରୁ ପଟିଦିଅଁ ଆଙ୍କିବା ପାଇଁ ସ୍ୱୀକୃତି ମିଳିଥାଏ।

ଏନେଇ ଭବାନୀ ଶଙ୍କର କହିଛନ୍ତି, "ସ୍ନାନ ପୂର୍ଣ୍ଣିମାର ୭ ଦିନ ପୂର୍ବରୁ ଏହି ପରମ୍ପରା ବା ଅଙ୍କନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପଟିଦିଅଁ ଆଙ୍କିବା ପାଇଁ କେବଳ ହାତ ତିଆରି କାନଭାସ ବ୍ୟବହାର କରାଯାଇଥାଏ । ଏଥିପାଇଁ ଧଳା ଚୁନ ପଥରର ପାଉଡର, ବେଲ ଓ କଇଁଥ ମଞ୍ଜିର ଅଠାର ବ୍ୟବହାର ହୋଇଥାଏ। ଏହାସହ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ପଟିଦିଅଁ ଅଙ୍କାଯାଇଥାଏ । ଯେମିତିକି ଗେରୁମାଟି, ଧଳା ଚୂନ ପଥର, ଦୀପ ଜଳି ସାରିଥିବା ପରର କଳା ଅଂଶ, ହଳଦୀ କିମ୍ବା ହଳଦିଆ ପଥର ଏବଂ ସବୁଜ ସାବୁନରୁ ରଙ୍ଗ ପ୍ରସ୍ତୁତ କରି ପଟିଦିଅଁ ଅଙ୍କାଯାଇଥାଏ ।"

ତେବେ ପଟି ଓ ରଙ୍ଗ ପ୍ରସ୍ତୁତ ପରେ ଏକ ସ୍ବତନ୍ତ୍ର ସ୍ଥାନରେ ରହି ଭବାନୀ ମହାପ୍ରଭୁଙ୍କ ପଟିଚିତ୍ର ଆଙ୍କିଥାନ୍ତି । ଏଥିପାଇଁ ସେ ଧୋତି ପିନ୍ଧି ଏ ଚିତ୍ର ଆଙ୍କିଥାନ୍ତି। ବାଲେଶ୍ୱର ଆର୍ଟ କଲେଜରୁ ଯୁକ୍ତଦୁଇ ପାସ କରିବା ପରେ ଶିଳ୍ପୀ କେଶୁ ଦାସଙ୍କ ପାଖରେ ପଟିଦିଅଁ ଚିତ୍ର ଆଙ୍କିବା ଶିଖିଥିଲେ। ଅତ୍ୟାଧୁନିକ ବା ମଡ଼ର୍ଣ୍ଣ ଆର୍ଟ ସହଜ ଲାଗୁଥିବା ବେଳେ ପଟିଦିଅଁ ଭବାନୀଙ୍କୁ ଭାରି କଷ୍ଟ ଲାଗିଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ଭବାନୀ ପଟିଦିଅଁ ଆଙ୍କିବା ପାଇଁ ମନ ବଳାଇଥିଲେ। ତାଙ୍କର ଭକ୍ତିଭାବ ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ତାଙ୍କୁ ପଟିଦିଅଁ ଆଙ୍କିବା ପାଇଁ ସ୍ୱୀକୃତି ମିଳିଥିଲା ।

ପ୍ରତିବର୍ଷ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଆଙ୍କିବା ପାଇଁ ଭବାନୀଙ୍କ ପାଖକୁ ଅର୍ଡର ଆସିଥାଏ। ସେ ଏହି ଚିତ୍ର ଆଙ୍କି କିଛି ପଇସା ମଧ୍ୟ ରୋଜଗାର କରନ୍ତି । ସବୁପରେ ବି ମହାପ୍ରଭୁଙ୍କ ଚିତ୍ର ଆଙ୍କି ସେ ବେଶ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି । ତାଙ୍କର ଏମିତି ନିଷ୍ଠା ଓ ଏକାଗ୍ରତା ପାଇଁ ବାପା, ମା ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ଅବହେଳା କରିନାହାଁନ୍ତି । ଭବାନୀଙ୍କ ଏମିତି କଳା ପାଇଁ ସେ ଅନେକ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ତେବେ ଆଜିର ଅତ୍ୟାଧୁନିକ ଯୁଗରେ ମଡ଼ର୍ଣ୍ଣ ଆର୍ଟ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢୁଥିବା ବେଳେ ଭବାନୀଙ୍କ ଏତାଦୃଶ କାର୍ଯ୍ୟ ଲୋକଙ୍କୁ ବେଶ ବିମୋହିତ କରୁଛି ।

ବାଲେଶ୍ୱରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.