ETV Bharat / state

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅବହେଳା ଅଭିଯୋଗ

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ଏଭଳି ଚରମ ଅଭିଯୋଗ ସାମ୍ନାକୁ ଆସିଛି । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

author img

By

Published : Jul 2, 2020, 8:01 PM IST

balasore medical
ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ

ବାଲେଶ୍ଵର: ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ଡାକ୍ତରଙ୍କ ଅବହେଳା ଅଭିଯୋଗ । ଯାହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ଏଭଳି ଚରମ ଅଭିଯୋଗ ସାମ୍ନାକୁ ଆସିଛି ।

ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ୱାର୍ଡକୁ ଡାକ୍ତର ନଆସିବା ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା । 2ଦିନ ଧରି ଗର୍ଭବତୀଙ୍କୁ ଅସ୍ତ୍ରୋପଚାର କରିବା ପାଇଁ କହି ଭୋକ ଓପାସରେ ରଖିଥିବା ବେଳେ ଡାକ୍ତର ଆସୁ ନଥିବା ଅଭିଯୋଗ ହୋଇଥିଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଅବ୍ୟବସ୍ଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ତାତି ଉଠିଥିଲେ । ଶେଷରେ ସେମାନେ ୱାର୍ଡ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ସେମାନଙ୍କୁ ପ୍ରତିଶୃତି ମିଳିବ ପରେ ଧାରଣା ହଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.