ETV Bharat / state

Panchayat Polls: ବଦଳିବ ରାଜନୀତିର ପରିଭାଷା ! ମୈଦାନରେ ଯୁବ ଶିକ୍ଷିତବର୍ଗ - educated youth ready to test their fortune in the politics

ରାଜନୀତି କାହା ପାଇଁ କଳଙ୍କ ତ କାହାପାଇଁ ଜନସେବାର ମାଧ୍ୟମ । କୁହାଯାଏ ରାଜନୀତିରେ ସବୁ ସମ୍ଭବ । ରାଜନୀତିରେ ଲୋକଙ୍କ ପାଇଁ କାମ କରିବାର ରହିଛି ପ୍ରଚୁର ସମ୍ଭାର । ତେବେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଏକାଧିକ ଉଚ୍ଚଶିକ୍ଷିତ ମେଧାବୀ ଓ ବୃତ୍ତିଧାରୀ ଯୁବକ ଯୁବତୀ ଆସୁଛନ୍ତି । ଅଧିକ ପଢନ୍ତୁ

PanchayatPolls
PanchayatPolls
author img

By

Published : Jan 20, 2022, 10:51 PM IST

ବାଲେଶ୍ବର: ରାଜନୀତି କାହା ପାଇଁ କଳଙ୍କ ତ କାହାପାଇଁ ଜନସେବାର ମାଧ୍ୟମ । କୁହାଯାଏ ରାଜନୀତିରେ ସବୁ ସମ୍ଭବ । ରାଜନୀତିରେ ଲୋକଙ୍କ ପାଇଁ କାମ କରିବାର ରହିଛି ପ୍ରଚୁର ସମ୍ଭାର । ହେଲେ ବର୍ତ୍ତମାନର ଘୋଡାବେପାର ରାଜନୀତି ସହ ଦୁର୍ନୀତି, ଅତ୍ୟାଚାର, ମିଛ ପ୍ରତିଶୃତିକୁ ନେଇ ରାଜନୀତି କଳଙ୍କିତ ହେବାରେ ଲାଗିଛି । ଫଳରେ ଦେଶରେ ରାଜନୀତିକୁ ନେଇ ଭିନ୍ନ ଏକ ବିଚାର ସୃଷ୍ଟି ହେଉଛି ।

PanchayatPolls: ବଦଳିବ ରାଜନୀତିର ପରିଭାଷା, ମୈଦାନକୁ ଆସୁଛନ୍ତି ଯୁବ ଶିକ୍ଷିତବର୍ଗ

ହେଲେ ବର୍ତ୍ତମାନ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ଏମିତି କିଛି ଦୃଶ୍ୟ ରାଜନୀତିର ପରିଭାଷା ପରିବର୍ତ୍ତନ ସହ ନୂଆ ଅଧ୍ୟାୟ ଧାରା ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଗଣତନ୍ତ୍ରର ସବୁଠାରୁ ବଡ ସ୍ତମ୍ଭ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଏକାଧିକ ଉଚ୍ଚଶିକ୍ଷିତ ମେଧାବୀ ଓ ବୃତ୍ତିଧାରୀ ଯୁବକ ଯୁବତୀ ଆସୁଛନ୍ତି । ଆଉ ରାଜନୀତିକୁ ନେଇ ସୃଷ୍ଟି ହେଉଥିବା ନକରାତ୍ମକ ଧାରଣା ବଦଳାଇବା ପାଇଁ ଆଗକୁ ବଢୁଛନ୍ତି ।

ଏହି ପରିପ୍ରେକ୍ଷିରେ ବାଲେଶ୍ବର ଜିଲ୍ଲାରୁ 4 ଜଣ ମେଧାବୀ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବେ ପଞ୍ଚାୟତ ନିର୍ବାଚନରେ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ଗାଁ, ପଞ୍ଚାୟତ, ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ରଖି ନିଜ ଉଜ୍ଜଳ ଭବିଷ୍ୟତକୁ ପଛରେ ପକାଇ ଏହି ଯୁବନେତା ମାନେ ରାଜନୈତିକ ମୈଦାନକୁ ଲମ୍ଫ ମାରିଛନ୍ତି । ଉଚ୍ଚଶିକ୍ଷା ସହ ବଡ ଚାକିରି ମୋହରେ ନପଡି ସମାଜରୁ ଦୁର୍ନୀତି ହଟାଇବା ଲକ୍ଷ୍ୟ ରଖିଛନ୍ତି।

ବାଲେଶ୍ବର ଜିଲ୍ଲାର ଏମିତି ଜଣେ ଯୁବ ଉଚ୍ଚଶିକ୍ଷିତ ନେତା ହେଉଛନ୍ତି ରାଜେଶ ମହାକୁଡ । ରାଜେଶ ପେଶାରେ ଜଣେ ଡିଗ୍ରୀଧାରୀ ଇଂଞ୍ଜିନିୟର । ଭଲ ଚାକିରୀ ମଧ୍ୟ କରୁଥିଲେ । ହେଲେ ଗାଁ, ସମାଜ ପାଇଁ କିଛି କରିବା ନିଶାରେ ଏବେ ସେ ରାଜନୀତିକୁ ଆସିଛନ୍ତି । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ରାଜେଶ 5 ନଂ ଜୋନରୁ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ଆଉ ଜଣେ ଯୁବନେତା ହେଉଛନ୍ତି ଜୟରାମ ଦାସ । ସେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ । ହେଲେ ଏବେ ରାଜନୀତିକୁ ପ୍ରବେଶ କରିବା ସହ କିଛି କରିବା ପାଇଁ ସ୍ବପ୍ନ ରଖିଛନ୍ତି । ବିଜେଡି ପ୍ରାର୍ଥୀ ଭାବେ ଜୟରାମ 45 ନଂ ଜୋନରୁ ନାମାଙ୍କନ ଦାଖଲ କରିଛନ୍ତି ।

ସେହିଭଳି ଜଣେ ଯୁବ ମହିଳା ନେତ୍ରୀ ହେଉଛନ୍ତି ଉମାରାଣୀ ଦାସ । ସେ ମଧ୍ୟ ରାଜନୀତିକୁ ପ୍ରବେଶ କରିଛନ୍ତି । ଏହାସହ କଂଗ୍ରେସ ପ୍ରାର୍ଥୀ ଭାବେ 32 ନଂ ଜୋନ ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ଜିଲ୍ଲାର ଆଉ ଜଣେ ଚର୍ଚ୍ଚିତ ଯୁବ ଉଚ୍ଚ ଶିକ୍ଷିତ ମହିଳା ନେତ୍ରୀ ହେଉଛନ୍ତି ପ୍ରଜ୍ଞାପରମିତା ଜେନା । ଜିଲ୍ଲାର 35 ନଂ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଜ୍ଞାପରମିତା ଜଣେ MBA ଛାତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.