ETV Bharat / state

ଅଯୋଧ୍ୟାରେ ବୌଦ୍ଧ ମନ୍ଦିର ନିର୍ମାଣ ଦାବିରେ ଜିଲ୍ଲପାଳଙ୍କୁ ଦାବିପତ୍ର - ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱାର୍କ ପକ୍ଷରୁ ବିରୋଧ

ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱାର୍କ ପକ୍ଷରୁ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାମକୁ ବିରୋଧ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

intelligent international network
ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣକୁ ବିରୋଧ
author img

By

Published : Jun 22, 2020, 3:34 PM IST

Updated : Jun 22, 2020, 4:53 PM IST

ବାଲେଶ୍ବର: ବହୁ ବାଦବିବାଦ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି । ମାତ୍ର ସେଠାରେ ଖନନ କାର୍ଯ୍ୟ ଚାଲିଥିବାବେଳେ ମାଟି ତଳୁ ବୁଦ୍ଧଙ୍କ ବିଭିନ୍ନ ମୂର୍ତ୍ତି ବାହାରୁଥିବା କୁହାଯାଉଛି । ଏଥିପାଇଁ ସେଠାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରି ବୁଦ୍ଧଙ୍କ ମନ୍ଦିର ନିର୍ମାଣ ପାଇଁ ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱାର୍କ ପକ୍ଷରୁ ପ୍ରତୀକ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣକୁ ବିରୋଧ

ଧାରଣାରତଙ୍କ ଅନୁଯାୟୀ, ଅଯୋଧ୍ୟାର ଯେଉଁ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଚାଲିଛି ପୂର୍ବରୁ ସେଠାରେ ବୁଦ୍ଧ ବିହାର ରହିଥିଲା । ଯେଉଁଥିପାଇଁ ଖନନ ବେଳେ ବୌଦ୍ଧକୀର୍ତ୍ତି ମାଟି ତଳୁ ବାହାରୁଛି । ଏଥିପାଇଁ ସେଠାରେ ବୁଦ୍ଧଙ୍କ ମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି ।

ଅନୁଷ୍ଠାନର ସଦସ୍ୟମାନେ ଏନେଇ ଗତ 10 ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଜି(ସୋମବାର) ପୁଣି ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 22, 2020, 4:53 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.