ବାଲେଶ୍ବର: ଏକଦା ବିଜେଡିର ବରିଷ୍ଠ ନେତା ସାଜି 25 ବର୍ଷ ରାଜନୀତିରେ ରହିବା ପରେ ଶେଷରେ ବିଜେପି ଟିକେଟରୁ ଚଳିତବର୍ଷର ବସ୍ତା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି ରଘୁନାଥ ମହାନ୍ତି ।
ସେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି । ମାତ୍ର ବିଜେଡି ସହ ଦୀର୍ଘଦିନ ଧରି ସଂପର୍କ ରଖିବା ପରେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ଅସନ୍ତୋଷ ହୋଇ ଦଳ ଛାଡିଥିବା ସେ କହିଛନ୍ତି । ତେବେ ଖାସ ଏଥି ପାଇଁ ପଦ୍ମ ଧରିଥିବା ସେ କହିଛନ୍ତି ।
ତେବେ ଚଳିତଥର ତାଙ୍କ ନିର୍ବାଚନ ପାର୍ଟି ବଦଳିଛି । ନିଜ ନିର୍ବାଚନକୁ ନେଇ ସେ କେତେ ଆଶାବାଦି ଅଛନ୍ତି, ବିଜେପି ଟିକେଟରେ ନିର୍ବାଚନ ଲଢୁଥିବାରୁ କିଭଳି ରହିଛି, ତାଙ୍କ ପ୍ରତିକ୍ରିୟା । ଏନେଇ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି...