ETV Bharat / state

ଏକତରଫା ପ୍ରେମର ପରିଣତି, ମହିଳାଙ୍କୁ ଖୁରରେ ଆକ୍ରମଣ କଲା ଯୁବକ

ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବକ ଖୁରରେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଦର୍ଜିପୋଖରୀ ଅଞ୍ଚଳରେ।

author img

By

Published : Apr 3, 2019, 1:04 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ବର: ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବକ ଖୁରରେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଦର୍ଜିପୋଖରୀ ଅଞ୍ଚଳରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନା ଅନୁସାରେ, ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ମହିଳା ଜଣକ ବିବାହିତା । ତାଙ୍କର ଅଢ଼େଇ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ମହିଳାଙ୍କ ଘର ଖନ୍ତାପଡ଼ା ଥାନା ଅଧୀନ ବରୁଣସିଂ ଅଞ୍ଚଳରେ। ମହିଳା ଜଣକ ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ବାଲେଶ୍ବର ସହର ଦର୍ଜିପୋଖରୀ ଠାରେ ଭଡ଼ାଘରେ ରହି ଏକ ମେସରେ ରୋଷେଇ କରି ନିଜର ଗୁଜୁରାଣ ମେଣ୍ଟାନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଖନ୍ତାପଡ଼ା ଥାନା ଟିଣା ଅଞ୍ଚଳର ପ୍ରଶାନ୍ତ ଦଳେଇ (୨୪) ନାମକ ଯୁବକ ସମ୍ପୃକ୍ତ ମହିଳାଙ୍କୁ ପ୍ରେମ ନିବେଦନ କରି ଆସୁଥିଲା। ଯୁବକଙ୍କ କଥାରେ ମହିଳା ଜଣକ ରାଜି ହୋଇନଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ଏହି କଥାକୁ ନେଇ ମହିଳା ଓ ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିଲା।

ଯୁବକ ଜଣକ ଉତ୍ୟକ୍ତ ହୋଇ ମହିଳାଙ୍କ ମୁହଁକୁ ଓ ବେକକୁ ଏକ ଧାରୁଆ ଖୁରରେ ଆକ୍ରମଣ କରିଥିଲା। ସେଠାରେ ଥିବା ଲୋକମାନେ ଏହି ଘଟଣାରେ ଉତ୍ତେଜିତ ହୋଇ ସମ୍ପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସମ୍ପୃକ୍ତ ଯୁବକ ଓ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.