ETV Bharat / state

Fishing Near ITR Prohibited Area: ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି, ଜଣେ ମୃତ, ଜଣେ ଗୁରୁତର - Proof and Experimental Establishment

ଆଇଟିଆରର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ଦୁଇଜଣ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି। ଜଣେ ମୃତ ଏବଂ ଅନ୍ୟଜଣେ ଗୁରୁତର । ଅଧିକ ପଢନ୍ତୁ

ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି, ଜଣେ ମୃତ

author img

By

Published : Sep 28, 2022, 6:37 PM IST

ବାଲେଶ୍ବର: ଆଇଟିଆରର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି । ଆଜି ସକାଳେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଗଭୀର ସମୁଦ୍ର ମଧ୍ୟରେ ନୋ ଏଣ୍ଟ୍ରି ଜୋନରେ ପ୍ରବେଶ କରିଥିଲେ ମତ୍ସ୍ୟଜୀବୀ । ଏହାପରେ ମତ୍ସ୍ୟଜୀବୀଙ୍କ ଦେହରେ ଗୁଳି ବାଜିଥିଲା । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ତେବେ ମୃତ ମତ୍ସ୍ୟଜୀବୀ ଜଣଙ୍କ କମଳ ଲୋଚନ ମାଝୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଛାତିର ଡାହାଣ ପାଖରେ ଗୁଳି ବାଜିଛି । ସେହିପରି ଗୁରୁତର ଜଣକ ହେଲେ ପଦ୍ମଲୋଚନ ମଲ୍ଲିକ ।

ତେବେ ସୂଚନା ଅନୁଯାୟୀ, ଉଭୟ ଗତକାଲି ଠାରୁ ବୋଟରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ଗଭୀର ସମୁଦ୍ରରେ ମାଛ ମାରୁ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ଜୟ ମା' ଲକ୍ଷ୍ମୀ ନାମକ ଏକ ବୋଟରେ ସାତ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିଲେ ।

ସୂଚନା ଅନୁସାରେ, ଚିନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ଚାନ୍ଦିପୁରର ପ୍ରୁଫ ଆଣ୍ଡ ଏକ୍ସପେରିମେଣ୍ଟାଲ ଏସ୍ଟାବ୍ଲିସମେଣ୍ଟ (Proof & Experimental Establishment -PXE)ର ଗୋଳା ବାରୁଦ ପରୀକ୍ଷଣ ଚାଲିଥିଲା । ଏହିସମୟରେ ଆର୍ଟଲେରୀ ସେଲ୍ (artillery shell )ରୁ ମତ୍ସ୍ୟଜୀବୀଙ୍କ ଦେହରେ ଗୁଳି ବାଜିଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.