ETV Bharat / state

ଚାଷୀଙ୍କ ସମସ୍ୟା ନେଇ ସମୀକ୍ଷା କଲେ ଓଏଲଆଇସି ଅଧ୍ୟକ୍ଷ

author img

By

Published : Apr 7, 2023, 12:10 PM IST

ଚାଷୀ ଓ ଚାଷ କାର୍ଯ୍ୟ ନେଇ ବାଲେଶ୍ବର ଜିଲ୍ଲାରେ ସମୀକ୍ଷା ବୈଠକ କଲେ ଓଏଲଆଇସି ଅଧ୍ୟକ୍ଷ। ଅଧିକ ପଢନ୍ତୁ

olic chairman reviewed to solve farmers problems

ବାଲେଶ୍ବର: ଜିଲ୍ଲାରେ କୃଷକ ମାନଙ୍କ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ ଓଏଲଆଇସି ଅଧ୍ୟକ୍ଷ । ବିଭିନ୍ନ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା ସମୀକ୍ଷା ବୈଠକ । ଚାଷ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବା ନେଇ ବୈଠକରେ କହିଛନ୍ତି ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳ ସେଚନର ସ୍ଥିତି, ସେସବୁ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି ନା ହୋଇ ପାରୁନାହାନ୍ତି ସେନେଇ ସମୀକ୍ଷା କରାଯାଇଥିଲା ।

ସେହିପରି ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା, ମରାମତି ଯୋଗ୍ୟ ଅଚଳ ପ୍ରକଳ୍ପର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଏଲଆଇସି ଅଧ୍ୟକ୍ଷ । ସଂପୃକ୍ତ ଯନ୍ତ୍ରୀମାନେ ପ୍ରକଳ୍ପ ନିର୍ମାଣ ବେଳେ କୃଷକମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରକଳ୍ପ କାର୍ଯ୍ୟକାରିତାରେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ସୁବିଧାଜନକ ଥିବା ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରି କୃଷିର ଉନ୍ନତି ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ନିତ୍ୟାନ୍ତ ଆବଶ୍ୟକ । ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ଆଧାରରେ ସମ୍ମିଳିତ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ କରାଯାଇ ପ୍ରକଳ୍ପରୁ କୃଷକମାନେ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ ଅମରେଶ ପତ୍ରୀ । ଏହାସହ କୃଷକ ମାନେ ଧାନ ବ୍ୟତିତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରି କେମିତି ଲାଭବାନ ହେବେ, ସେ ସଂପର୍କରେ କୃଷକମାନଙ୍କ ସହ କ୍ଷେତ୍ରସ୍ତରରେ ଆଲୋଚନା କରି ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ଉଠା ଜଳସେଚନ ପ୍ରକଳ୍ପରୁ କିପରି ଚାଷୀମାନେ ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଅଧ୍ୟକ୍ଷ ସମସ୍ତ ଯନ୍ତ୍ରୀମାନଙ୍କୁ କହିଥିଲେ । ଓଏଲଆଇସି ଅଧ୍ୟକ୍ଷ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉଠା ଜଳ ସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବୁଲି ଦେଖିଥିଲେ । ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଏଲ୍.ଆଇ.ପି(ଡି-୨)ରେ ୨୦ ହେକ୍ଚର ସେଚାଞ୍ଚଳ ରହିଛି । ଯେଉଁଠି ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବା ବେଳେ ଏଠାରେ କୃଷକମାନେ ଭେଣ୍ଡି, ବାଇଗଣ, ଟମାଟୋ, ଲଙ୍କା, କଖାରୁ, ଧାନ ଆଦି ଚାଷ କରି ଲାଭବାନ ହେଉଥିବା ସେ ବୁଲି ଦେଖିଥିଲେ ।

ସେହିପରି ରେମୁଣା ବ୍ଲକର କଲ୍ୟାଣପୁର ପଞ୍ଚାୟତ ଝାମ୍ପୁରା ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧିନ ଏସ୍.ପି-୨୦୨୨-୨୩ରେ ଗଭୀର ନଳକୂପ ସ୍ଥାପନ କାର୍ଯ୍ୟର ତଦାରଖ କରିଥିଲେ । ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରି ଜଳଯୋଗାଣ ଉପରେ ଗୁରୁତ୍ୱ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଓଏଲଆଇସି ଅଧ୍ୟକ୍ଷ । ସେହିପରି ବଡପାଳ ପଞ୍ଚାୟତ କାଶିମପୁର-୨ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ନାବାର୍ଡ ସହାୟତାରେ ସ୍ଥାପିତ ହୋଇଥିବା ଏହି ପ୍ରକଳ୍ପର ୧୬ ହେକ୍ଟର ଆୟାକଟ ରହିଥିବା ବେଳେ କୃଷକମାନେ ଏହାର ପୁନଃକ୍ଷମ ପାଇଁ ଅନୁରୋଧ କରିଥିଲେ । ଏହାକୁ ୨୦୨୩-୨୪ ବର୍ଷରେ ନିର୍ମାଣ ପାଇଁ କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଥିବା ଜଣାପଡିଛି।

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣା ବ୍ଲକର ଗେଙ୍ଗୁଟି ଗ୍ରାମ ପଞ୍ଚାୟତର ଜମ୍ବେଶ୍ୱରପୁର-୪ ନଳକୂପ ପ୍ରକଳ୍ପ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପରେ ସ୍ଥାପିତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ଧାନ ସମେତ ବିଭିନ୍ନ ଫସଲ ଉତ୍ପାଦନ କରୁଛନ୍ତି । ଏହା ମଧ୍ୟ ତଦାରଖ କରିଥିଲେ ଓଏଲଆଇସି ଅଧ୍ୟକ୍ଷ । ବିଭିନ୍ନ ପ୍ରକଳ୍ପ ଅଞ୍ଚଳରେ ଚାଷୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରିତାରେ ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହୁଛି, କୃଷକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅମରେଶ ପତ୍ରୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.