ETV Bharat / state

ଅଂଶୁଘାତରେ ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁ ଅଭିଯୋଗ - sunstroke

ଜଣେ ଅବସରପ୍ରାପ୍ତ ସୈନିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଅପରାହ୍ନ ସମୟରେ ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଅବସରପ୍ରାପ୍ତ ସୈନିକ କରୁଣାକର ନାୟକ ଗୋପାଳପୁର ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ସମୟରେ ଏପରି ଘଟଣା ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 6, 2019, 7:41 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ସୈନିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଅବସରପ୍ରାପ୍ତ ସୈନିକ କରୁଣାକର ନାୟକ ଗୋପାଳପୁର ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ବ୍ୟାଙ୍କର ଲମ୍ବା ଲାଇନ ସାଙ୍ଗକୁ ପ୍ରବଳ ଗରମରେ କରୁଣାକରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା ।

ଖରାର ପ୍ରକୋପ ବଢିବା ଦ୍ୱାରା କରୁଣାକର ବ୍ୟାଙ୍କ ଭିତରେ ହଠାତ ମୁର୍ଚ୍ଛା ହୋଇ ତଳେ ପଡିଯାଇଥିଲେ। ସେଠାରେ ତାଙ୍କୁ ପାଣି ଛାଟିଥିଲେ ମଧ୍ୟ କରୁଣାକରଙ୍କ ହୋସ ଆସି ନଥିଲା।ତେବେ ତାଙ୍କୁ ତୁରନ୍ତ କରୁଣାକରଙ୍କୁ ଗୋପାଳପୁର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ପ୍ରଶାସନ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହି ଅଂଶୁଘାତ ମୁକାବିଲା ପାଇଁ ବିଭିନି ସ୍ଥାନଗୁଡିକରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପକୁ ଭୁଲିଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.