ETV Bharat / state

ସାମ୍ବାଦିକଙ୍କ ପ୍ରତି ଅମାନବୀୟ ଆଚରଣ, ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC - ସାମ୍ବାଦିକଙ୍କୁ ବେଡ଼ିରେ ବାନ୍ଧିବା ଘଟଣାରେ OHRCରେ ମାମଲା ରୁଜୁ

ବାଲେଶ୍ବରର ନୀଳଗିରିରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ ଯେଉଁଭଳି ଭାବରେ ପୋଲିସ ବେଡ଼ି ବାନ୍ଧିଥିଲା, ତାହା ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ୧୫ ଦିନ ମଧ୍ୟରେ ଏହି ମାମଲାରେ ରିପୋର୍ଟ ଦେବାକୁ ପୂର୍ବାଞ୍ଚଳ IGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC ।

ସାମ୍ବାଦିକଙ୍କ ପ୍ରତି ଅମାନବୀୟ ଆଚରଣ, ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

author img

By

Published : Apr 8, 2022, 3:53 PM IST

ଭୁବନେଶ୍ବର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ପ୍ରତି ଯେଉଁଭଳି ଭାବରେ ଆଚରଣ କରାଯାଉଛି ତାହା ନିଶ୍ଚୟ ଏକ ଚିନ୍ତାଜନକ ବିଷୟ । ବାଲେଶ୍ବରର ନୀଳଗିରିରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ ଯେଉଁଭଳି ଭାବରେ ପୋଲିସ ବେଡ଼ି ବାନ୍ଧିଥିଲା, ତାହା ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ୧୫ ଦିନ ମଧ୍ୟରେ ଏହି ମାମଲାରେ ରିପୋର୍ଟ ଦେବାକୁ ପୂର୍ବାଞ୍ଚଳ IGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC(Odisha Human Rights Commission) ।

ସାମ୍ବାଦିକଙ୍କ ପ୍ରତି ଅମାନବୀୟ ଆଚରଣ, ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC
ସାମ୍ବାଦିକଙ୍କ ପ୍ରତି ଅମାନବୀୟ ଆଚରଣ, ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା ନୀଳଗିରି ପୋଲିସ । ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା । ସେଠାରେ ତାଙ୍କ ଗୋଡ଼ରେ ପୋଲିସ ଶିକୁଳି ପକାଇଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପାଦରେ ଶିକୁଳି ପକାଇ ରଖିବା ସାମ୍ବାଦିକଙ୍କ ପ୍ରତି ପୋଲିସର ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳାଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦାମାନେ ଉଭୟଙ୍କୁ ବୁଝାସୁଝା କରି ସମାଧାନ କରିଥିଲେ ସେଠାରୁ ପଠାଇ ଦେଇଥିଲା । ତେବେ ବୁଧବାର ସକାଳୁ ହଠାତ୍ ନୀଳଗିରି ପୋଲିସ ଥାନା ଅଧିକାରୀ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଦୃଶ୍ୟ ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲା ଡିଆଇଜିଙ୍କୁ ଏ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି OHRC ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.