ETV Bharat / state

Balasore Train Tragedy: ବାହାନଗାରେ CBI ଟିମ୍, ସବୁ ଦିଗରୁ ତଦନ୍ତ ହେବ କହିଲେ CPRO - ଟ୍ରେନ ଦୁର୍ଘଟଣାର ସବୁ ଦିଗର ତଦନ୍ତ ହେବ

ଟ୍ରେନ ଦୁର୍ଘଟଣାସ୍ଥଳରେ ତଦନ୍ତ କରୁଛି ସିବିଆଇ ଟିମ୍ । ସବୁ ଦିଗରୁ ତଦନ୍ତ ହେବ କହିଲେ ଦକ୍ଷିଣ ପୂର୍ବ ରେଲୱେର CPRO । ଅଧିକ ପଢନ୍ତୁ

ବାହାନଗାରେ CBI ଟିମ୍
ବାହାନଗାରେ CBI ଟିମ୍
author img

By

Published : Jun 6, 2023, 12:19 PM IST

Updated : Jun 6, 2023, 1:25 PM IST

Balasore Train Tragedy

ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍ । ଦୁର୍ଘଟଣା ପଛର କାରଣ ଜାଣିବାକୁ ସିବିଆଇ ଅଧିକାରୀ ଆଜି ଘଟଣାସ୍ଥଳରେ ଖୋଳତାଡ଼ ଚଳାଇଛନ୍ତି । ସିବିଆଇ ସହ ସେଣ୍ଟ୍ରାଲ ଫରେନସିକର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ଟିମ୍ ବିଶେଷ ଭାବେ ଲୁପ୍ ଲାଇନ ଓ ମେନ ଲାଇନକୁ ଯାଇ ତଦନ୍ତ କରୁଛି । ଦୁର୍ଘଟଣା ପଛରେ ଇଣ୍ଟରଲକିଂରେ ସମସ୍ୟା ନା ଅନ୍ୟ କ'ଣ ରହିଛି, ସେ ସବୁ ଦିଗରୁ ତଦନ୍ତ ହେବ । ସିବିଆଇ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି । ତଦନ୍ତରେ ରେଲୱେ ସବୁ ପ୍ରକାର ସହଯୋଗ କରୁଛି ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ ଚୌଧୁରୀ ।

ସିପିଆରଓ କହିଛନ୍ତି ଯେ, ରେଳଧାରଣା ମରାମତି ପରେ ବାହାନଗା ଷ୍ଟେସନରେ ଅପ୍ ଲାଇନରେ ୩୭ଟି ଟ୍ରେନ ଓ ଡାଉନ ଲାଇନରେ ୪୧ଟି ଟ୍ରେନ ଚଳାଚଳ କରିଛି । ଏନଡିଆରଏଫ ଟିମ୍ ସାରା ଅଞ୍ଚଳ ଖୋଜାଖୋଜି କରି କ୍ଲିଅରାନ୍ସ ଦେବା ପରେ ରେଲୱେ ମରାମତି କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣା ପଛରେ ବାସ୍ତବରେ ଇଣ୍ଟରଲିକଂ ସିଷ୍ଟମରେ କିଛି ସମସ୍ୟା ରହିଥିଲା ନା ସିଗନାଲ ଜନିତ ତ୍ରୁଟି, ନା ଅନ୍ୟ କୌଣସି କାରଣ ରହିଛି, ସବୁ ଦିଗକୁ ନେଇ ସିବିଆଇ ତଦନ୍ତ କରିବ ।

ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ୪ ଦିନ ପୁରିଥିବା ବେଳେ ଏଯାଏଁ ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇପାରନି । ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? କେଉଁଠି ରହିଲା ତ୍ରୁଟି ? ଏହି ଦୁର୍ଘଟଣା କାରଣ ଖୋଜିବାକୁ ରେଲୱେ ସିବିଆଇ ତଦନ୍ତ ସୁପାରିଶ୍ କରିଥିଲା । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଘଟଣାର ଖୋଳତାଡ କରିବାକୁ ସିବିଆଇ ଟିମ୍ ଆଜି ବାହନଗାରେ ପହଞ୍ଚିଛନ୍ତି । ସିଗ୍ନାଲ୍‌ ରୁମ୍‌କୁ ଯାଇ ଟିମ୍ ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଛି । ଷ୍ଟେସନ ମାଷ୍ଟର ଅଫିସରେ ବି ଖୋଳତାଡ଼ କରିଛି । ବିଶେଷ କରି ଲୁପ୍ ଲାଇନ ଓ ମେନ ଲାଇନକୁ ଯାଇ ତଦନ୍ତ କରୁଛନ୍ତି ।

ଗତ ଶୁକ୍ରବାର ରାତିରେ ବାଲେଶ୍ବର ବାହାନଗା ବଜାର ଷ୍ଟେସନ ନିକଟରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା । ଦୁର୍ଘଟଣାରେ ୨୭୮ ଜଣଙ୍କ ଜୀବନ ଯିବା ସହ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏବେ ହସ୍ପିଟାଲରେ ୨୦୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଶତାଧିକ ମୃତକଙ୍କ ପରିଚୟ ମିଳିପାରିନି । ଯାହାକି ରେଳ ବିଭାଗ ପାଇଁ ବଡ଼ ସମସ୍ୟା ହୋଇଛି । ବିଭିନ୍ନ ହସ୍ପିଟାଲରେ ମୃତଦେହଗୁଡିକ ପଡ଼ି ରହିଛି ।

Last Updated : Jun 6, 2023, 1:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.