ବାଲେଶ୍ବର : ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ତେଜୁଛି ବିକ୍ଷୋଭ । ଏ କ୍ରମରେ ବାଲେଶ୍ଵରର ସାମ୍ବାଦିକ ସମୂହ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୁହଁ ଚୁପ କରିବାର ପ୍ରୟାସ କରାଯାଇଥିବା ମତ ପ୍ରକାଶ ପାଇଛି ।
ସାମ୍ବାଦିକମାନେ ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକଙ୍କ ଆନ୍ଦୋଳନରେ ବାଲେଶ୍ବରର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ। EOWର ଏପରି କାର୍ଯ୍ୟକଳାପକୁ ନେଇ ନିନ୍ଦା କରାଯାଇଥିବାବେଳେ ଏହା ଉପରେ ଉପଯୁକ୍ତ ବିଚାର କରିବା ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ବାଲେଶ୍ବର