ETV Bharat / state

ନାହିଁ ଜିରୋ ନାଇଟ ସେଲିବ୍ରେସନ, ଫାଙ୍କା ପଡିଛି ହୋଟେଲ - ନୂତନ ବର୍ଷକୁ ସ୍ୱାଗତ

କୋରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ସ୍ତରରେ କଟକଣା ଲାଗୁ କରାଯାଇଛି। ଅଧିକ ପଢନ୍ତୁ...

No 'zero night' celebration on New Year's eve at Baleswar, no croud in Hotel and restaurants
ନାହିଁ ଜିରୋ ନାଇଟ ସେଲିବ୍ରେସନ, ଫାଙ୍କା ଫାଙ୍କା ହୋଟେଲ
author img

By

Published : Dec 31, 2020, 10:10 PM IST

ବାଲେଶ୍ବର: 2020 ବର୍ଷକୁ ବିଦାୟ ଦେଇ ନାଚଗୀତ ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରିବାକୁ ଏଥର ଲୋକଙ୍କ ମୁଡ ନାହିଁ। ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଯିବା ପରେ ବାଲେଶ୍ୱରର ବିଭିନ୍ନ ହୋଟେଲ ଫାଙ୍କା ପଡିଛି।

ନାହିଁ ଜିରୋ ନାଇଟ ସେଲିବ୍ରେସନ, ଫାଙ୍କା ଫାଙ୍କା ହୋଟେଲ
ଡିସେମ୍ବର 31 ତାରିଖ ସନ୍ଧ୍ୟା ଠାରୁ ବିଭିନ୍ନ ହୋଟେଲ ଓ ମଣ୍ଡପରେ ଜମିଥାଏ ଲୋକଙ୍କ ଭିଡ଼। ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂତନ ବର୍ଷକୁ ନାଚଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥାଏ। ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ସ୍ତରରେ କଟକଣା ଲାଗୁ କରାଯାଇଛି। ଏହାସହ ରାତି 10ରୁ ପରଦିନ ତାରିଖ ସକାଳ 5ଟା ଯାଏଁ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ଯେଉଁମାନେ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜନ କରିଥାନ୍ତି ସେମାନେ ଏଥର ଘରେ ରହି ନୂଆବର୍ଷକୁ ସ୍ୱାଗତ କରିବେ।ଅନ୍ୟପଟେ ନବବର୍ଷରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ବେଶ ସାଜସଜ୍ଜା ଦେଖିବାକୁ ମିଳେ। ହେଲେ ଏଥର ସେମିତି କିଛି ଦେଖିବାକୁ ମିଳିନାହିଁ। ହୋଟେଲ ମାଲିକମାନେ ଏଥର ନିରାଶ ହୋଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.