ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୀତି ଆୟୋଗର 2 ଜଣିଆ ଟିମ୍ ଆଜି ପରିଦର୍ଶନରେ ଆସିଛି । ଆବଶ୍ୟକୀୟ ଉନ୍ନତ ମାନର ସେବା, ଭିତ୍ତିଭୂମିର ବିକାଶ ପାଇଁ କିଭଳି ଅଗ୍ରାଧିକାର ଦିଆଯିବ ସେ ନେଇ ଏହି ଟିମ୍ ଯାଞ୍ଚ କରିଛି।
ଏହି ଟିମ୍ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହ ସ୍ୱାସ୍ଥ୍ୟସେବା, ପରିମଳ ଓ ଯାନ୍ତ୍ରୀକ ସରଞ୍ଜାମର ଆବଶ୍ୟକତା ଓ ମହଜୁଦ ସମ୍ପର୍କରେ ବୁଲି ଦେଖିଥିଲେ। ନୀତି ଆୟୋଗ ଜରିଆରେ ଏନ୍ଏବିଏଚ଼ରୁ ଏହି 2 ଜଣିଆ ଟିମ୍ ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ଏହାକୁ ଏନ୍ଏବିଏଚ ସ୍ଵୀକୃତି ପ୍ରାପ୍ତ ହେବ କି ନାହିଁ ସେନେଇ ଏକ ରିପୋର୍ଟ ନୀତି ଆୟୋଗକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ