ETV Bharat / state

ଚତୁର୍ଥୀ ଦିନ ଲିଭିଲା ମଥା ସିନ୍ଦୁର, ପୋଖରୀରେ ବୁଡି ବରର ମୃତ୍ୟୁ - ପୋଖରରୀରେ ବୁଡି ଚାଲିଗଲା ବରର ଜୀବନ

ଦଇବ ସାଜିଲା ଦାଉ, ଚୁରମାର ହୋଇଗଲା ସ୍ବପ୍ନ । ଚତୁର୍ଥୀ ଦିନ ପୋଖରରୀରେ ବୁଡି ଚାଲିଗଲା ବରର ଜୀବନ । ହୋମ ନିଆଁ ବଦଳରେ ଜଳିବ ସ୍ବାମୀର ଜୁଇ । ଅଧିକ ପଢନ୍ତୁ

ଚତୁର୍ଥୀ ଦିନ ଲିଭିଲା ମଥା ସିନ୍ଦୁର
ଚତୁର୍ଥୀ ଦିନ ଲିଭିଲା ମଥା ସିନ୍ଦୁର
author img

By

Published : Mar 3, 2023, 2:17 PM IST

ବାଲେଶ୍ବର: ବୁଧବାର ଦିନ ଧୁମଧାମରେ ହୋଇଥିଲା ବାହାଘର । କନ୍ୟା ମଥାରେ ସିନ୍ଦୁର ଲଗାଇ ସାତଜନ୍ମର ସାଥି କରିବା ପାଇଁ କଥା ଦେଇଥିଲେ ସ୍ବାମୀ । କନ୍ୟାର ପାଦରୁ ଅଳତା ଲିଭିନଥିବା ବେଳେ ବର କନ୍ୟା ହାତରୁ ମଧ୍ୟ ଲିଭି ନଥିଲା ମେହେନ୍ଦୀ । ହସଖୁସିରେ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଦୁହେଁ ସ୍ବପ୍ନ ମଧ୍ୟ ଦେଖିଥିଲେ । ହେଲେ ଚତୁର୍ଥୀ ହୋମ ପୂର୍ବରୁ ଜଳିଲା ସ୍ବାମୀର ଜୁଇ । ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଦଇବ ସାଜିଲା ଦାଉ । ନୂଆ ସଂସାର ଗଢିବାର ଅନେକ ସ୍ୱପ୍ନ ଦେଖିବା ଆଗରୁ ଭାଙ୍ଗିଗଲା ସବୁ ସ୍ୱପ୍ନର ସୁନ୍ଦର ମୁହୂର୍ତ୍ତ। ଶୌଚ ହେବା ପାଇଁ ସ୍ବାମୀ ପୋଖରୀକୁ ଯାଇଥିବା ବେଳେ ମିଳିଲା ମୃତଦେହ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଖଡୁପାହି ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ମୃତ ଯୁବକ ହେଲେ ଖଡୁପାହି ଗାଁର ଅଜୟ ଭଞ୍ଜ ।

ସୂଚନା ଅନୁସାରେ, ଖଡୁପାହି ଗାଁର ଶିଶିର କୁମାର ଭଞ୍ଜଙ୍କ ସାନପୁଅ ଅଜୟ ଭଞ୍ଜଙ୍କର ଗତ ୧ତାରିଖରେ ଚାନ୍ଦିପୁର ଅଞ୍ଚଳର ଚାନ୍ଦିନୀଙ୍କ ସହ ବିବାହ ହୋଇଥିଲା । ହୋମ ନିଆଁକୁ ସାକ୍ଷୀ ରଖି ସାତଫେରା ବୁଲି ଦୁହେଁ ନୂଆ ଜୀବନ ଗଢିବା ପାଇଁ ପ୍ରତିଶୃତି ନେଇଥିଲେ । ଆଜି ଅଜୟ ଓ ଚାନ୍ଦିନୀଙ୍କର ଭୋଜି ବା ଚତୁର୍ଥୀ ଥିଲା । ହେଲେ ଏ ଖୁସି କିଛି କ୍ଷଣ ମଧ୍ୟରେ ପାଲଟିଗଲା ଦୁଃଖରେ । ସ୍ବପ୍ନ ସବୁ ଚୁରମାର ହୋଇଗଲା । ସକାଳୁ ସକାଳୁ ଅଜୟ ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଆଉ ଫେରି ନଥିଲେ । ତେବେ ଚନ୍ଦନ କୁଆଡେ ଗଲେ ଘର ଲୋକେ ବହୁ ଖୋଜାଖୋଜି କରିଥିଲେ । ସେହି ସମୟରେ ଚନ୍ଦନ ପୋଖରୀରେ ଭାସୁଥିବାର ଦେଖି ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଏବେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅଚାନକ ଏମିତି ଏକ ଦୁଃଖଦ ଘଟଣା ପାଇଁ ସ୍ତବ୍ଧ ହୋଇଯାଇଛି ପୁରା ଅଞ୍ଚଳ । ଘରେ ଏକାକୀ ବସି ଭାଗ୍ୟକୁ ନିନ୍ଦିବା ସହ ବାହୁନି ବାହୁନି କାନ୍ଦୁଛି ନବବଧୂ । ସକାଳୁ ଚତୁର୍ଥୀ ନେଇ ଯେଉଁଠି ହସଖୁସି ଥିଲା ସେଇଠି ଏବେ ଲୁହର ବର୍ଷା । ନୂଆ ପରିବାର ନୂଆ ସଂସାର ଗଢିବାର କେତେ ସ୍ୱପ୍ନ ଦେଖିଥିଲା ସେ । ହେଲେ ଭଗବାନଙ୍କ ଏ କଠୋର ନିଷ୍ପତ୍ତି ଆଗରେ ନିଜକୁ ବାରମ୍ବାର ସେ ଧିକ୍କାର କରୁଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.