ETV Bharat / state

ଦୁଇମାସର ବିବାହ, ଚରମ ନିଷ୍ପତ୍ତି ନେଲେ ଦମ୍ପତି

author img

By

Published : Sep 3, 2022, 7:50 AM IST

ବାଲେଶ୍ବର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ମଧୁପୁରା ଗାଁରେ ଘରୋଇ କଳି ଯୋଗୁଁ ଉଭୟ ସ୍ବାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ

ଦୁଇମାସର ବିବାହ, ଆତ୍ମହତ୍ୟା କଲେ ସ୍ୱାମୀ ସ୍ତ୍ରୀ

ବାଲେଶ୍ବର: ବିବାହକୁ ମାତ୍ର 2 ମାସ । କିନ୍ତୁ ମାତ୍ର 2 ମାସର ଦାମ୍ପତ୍ୟ ଜୀବନରେ ଅତିଷ୍ଠ କଲା କଳି । ସ୍ବାମୀ-ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି । ଉଭୟେ ଘରୋଇ କଳି ଯୋଗୁଁ ବିଷ ପିଇ କଲେ ଆତ୍ମହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ମଧୁପୁରା ଗାଁରେ । ଘରୋଇ କଳି ଯୋଗୁଁ ଉଭୟ ସ୍ବାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମଧୁପୁରା ଗାଁର ବିଭୁତି ଜେନାଙ୍କ ପୁଅ ହରିଶଙ୍କରଙ୍କ ଗତ କିଛିମାସ ପୂର୍ବରୁ ବିବାହ ହୋଇଥିଲା । ବିବାହକୁ ଦୁଇମାସ ପୁରି ନ ଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ହରିଶଙ୍କର ଓ ତାଙ୍କ ସ୍ତ୍ରୀ ବେବି ଜେନା କୌଣସି କାରଣରୁ ବିଷ ଖାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ବାଲେଶ୍ଵର ମେଡିକାଲ ନିଆଯାଇଥିଲା।

ତେବେ ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ନେଇ ଜଣାପଡିଛି । ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା କାହିଁକି ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ମାତ୍ର ଦୁଇମାସର ବିବାହ ପରେ ଏମିତି ଚରମ ନିଷ୍ପତ୍ତି କାହିଁକି ଉଭୟ ଦମ୍ପତି ନେଲେ ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇପାରେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.