ETV Bharat / state

ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ

author img

By

Published : Jul 21, 2021, 2:17 PM IST

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର 3ନଂ ଲଞ୍ଚପ୍ୟାଡ଼ରୁ ଉତ୍‌କ୍ଷେପଣ ହେଲା ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ । ଅଧିକ ପଢନ୍ତୁ...

ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ
ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର 3ନଂ ଲଞ୍ଚପ୍ୟାଡ଼ରୁ ଉତ୍‌କ୍ଷେପଣ ହେଲା ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ । 12ଟା 45 ମିନିଟ୍‌ରେ ଏହି ପରୀକ୍ଷା କରାଯାଇଛି ।

ଆଜି(ବୁଧବାର) ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ ପରୀକ୍ଷଣ କରାଯାଇଛି । ଏହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହି ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା 70 କିଲୋମିଟର ରହିଛି । ପରୀକ୍ଷାରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ । ଏହା ପରେ ଏହି ମିସାଇଲର କାର୍ଯ୍ୟକାରିତା ଉପରେ ତଥ୍ୟ ସ୍ପଷ୍ଟ ହେବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.