ବାଲେଶ୍ବର: ଭୁବନେଶ୍ୱର ଏମ୍ସକୁ ରେଫର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ(MP Pratap Sarangi) । ଗତକାଲି ଅସୁସ୍ଥତା ହେତୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICUରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରିବର୍ତ୍ତନ ହୋଇଥିବା ବେଳେ ଅଧିକ ଯାଞ୍ଚ ପାଇଁ ତାଙ୍କୁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷ ସହ ଉନ୍ନତମାନର ଚିକିତ୍ସା ପାଇପାରିବେ ପ୍ରତାପ ଷଡ଼ଙ୍ଗୀ ।
କିଛିଦିନ ଧରି ଲଗାତର ଅସୁସ୍ଥତା କାରଣରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇଦିନ ତଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଥଣ୍ଡା ଓ କାଶ ହୋଇଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଗତକାଲି(ସୋମବାର) ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ICUରେ ଭର୍ତ୍ତି କରାଯାଇଥିଲା । ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଣେ ପ୍ରଫେସର, CDMO ଏବଂ ADMO ନିୟୋଜିତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-MP Pratap Sarangi in ICU: ମେଡିକାଲରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡଙ୍ଗୀ
ସାଂସଦ ଗତ ୨୯ ତାରିଖ ଦିନ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ରେଳମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ସେହିଦିନ ପୁରୀ-ଜଳେଶ୍ୱର MEMU ଟ୍ରେନରେ ବାଲେଶ୍ୱର ଯାଇଥିଲେ । ସେହିଦିନ ସାଂସଦଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫକୀର ମୋହନ ମେଡିକାଲ କଲେଜରେ ସାଂସଦଙ୍କୁ ଭର୍ତ୍ତି କରାଯାଇଥିଲା ।
ଇଟିଭି ଭାରତ, ବାଲେଶ୍ବର